ରାଜ୍ୟ ବିଜେପିର ନୂଆ ଟିମ୍: ବଦଳିଲେ ୬ ମୋର୍ଚ୍ଚାର ସଭାପତି; ଟିମରେ ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ ସହ ରହିଛନ୍ତି ୧୦ ମୁଖପାତ୍ର

କେନ୍ଦ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ପ୍ରକାଶ ପାଇଲା ତାଲିକା

549

କନକ ବ୍ୟୁରୋ: ଘୋଷଣା ହେଲା ରାଜ୍ୟ ବିଜେପିର ନୂଆ ଟିମ୍ । ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ସଭାପତି ଶ୍ରୀ ଜେପି ନଡ୍ଡାଙ୍କ ଅନୁମୋଦନ କ୍ରମେ ରାଜ୍ୟ ବିଜେପିର ପଦାଧିକାରୀ ଓ ରାଜ୍ୟ କାର୍ଯ୍ୟକାରିଣୀ ତାଲିକା ପ୍ରକାଶ ପାଇଛି । ଟିମରେ ୧୦ ଜଣ ଉପସଭାପତି, ୫ ଜଣ ସାଧାରଣ ସମ୍ପାଦକ, ୯ ଜଣ ସମ୍ପାଦକ ସମେତ ୧୦ ଜଣ ମୁଖପାତ୍ର ରହିଛନ୍ତି । ଦୁଇ ମହିଳା ସାଂସଦ ସଂଗୀତା ସିଂହଦେଓ ଓ ଅପରାଜିତା ଷଢ଼ଙ୍ଗୀଙ୍କୁ ଉପସଭାପତି କରାଯାଇଛି । ସେହିପରି ପ୍ରଭାତୀ ପରିଡାଙ୍କୁ ଉପସଭାପତି ଭାବେ ମନୋନୟନ କରାଯାଇଛି ।

ପୂର୍ବତନ ବିଧାୟକ ରବି ନାଏକ, ପୃଥ୍ୱିରାଜ ହରିଚନ୍ଦନ , ଗୋଲକ ମହାପାତ୍ର , ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ସାଧାରଣ ସମ୍ପାଦକ ଭାବେ ଚୟନ କରାଯାଇଛି । କାଳନ୍ଦି ସାମଲ, ଟଙ୍କଧର ତ୍ରିପାଠୀ ଓ ପିଙ୍କି ପ୍ରଧାନଙ୍କ ସମେତ ୯ଜଣଙ୍କୁ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । ଏଥିସହ ୬ଟି ମୋର୍ଚ୍ଚାର ନୂଆ ସଭାପତି ଚୟନ କରାଯାଇଛି । କୃଷକ ମୋର୍ଚ୍ଚାର ସଭାପତି ଭାବେ ପୂର୍ବତନ ବିଧାୟକ ପ୍ରଦୀପ ପୂରୋହିତଙ୍କ ଚୟନ କରାଯାଇଥିବାବେଳେ ମହିଳା ମୋର୍ଚ୍ଚାର ସଭାନେତ୍ରୀ ହୋଇଛନ୍ତି ସ୍ମୃତି ପଟ୍ଟନାୟକ । ଯୁବ ମୋର୍ଚ୍ଚାର ଦାୟିତ୍ୱ ନେଇଛନ୍ତି ଇରାଶିଷ୍ ଆଚାର୍ଯ୍ୟ ।