‘୨୦୨୪ରେ ଓଡ଼ିଶାରେ ସରକାର ଗଢିବ ବିଜେପି’ । ରାଜ୍ୟର ୬ଟି ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

1,405

କନକ ବ୍ୟୁରୋ : ରାଜ୍ୟର ୬ଟି ଜିଲ୍ଲାରେ ବିଜେପିର ନୂତନ କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଢେଙ୍କାନାଳ, କେଉଁଝର, ବାରିପଦା, ସୁନ୍ଦରଗଡ ଏବଂ ବରଗଡ ଠାରେ ବିଜେପିର ନୂତନ କାର୍ଯ୍ୟାଳୟ ଭବନକୁ ଉଦଘାଟିତ କରିଛନ୍ତି । ଏହି ଉଦଘାଟନ ସଭାରେ କାର୍ଯ୍ୟକର୍ତାଙ୍କୁ ଉଦବୋଧନ କରି ନଡ୍ଡା କହିଛନ୍ତି ଯେ, ଓଡିଶା ବିଜେପି ପାଇଁ ଆଜି ଖୁସିର ଦିନ । ୨୦୧୪ ମସିହାରେ ଦେଶର ପ୍ରତ୍ୟେକ ଜିଲ୍ଲାରେ ବିଜେପିର କାର୍ଯ୍ୟାଳୟ ନିର୍ମାଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଳ୍ପନା କରିଥିଲେ ।

ତେବେ ଏହି ଅବସରରେ ନଡ୍ଡା କହିଛନ୍ତି, ୨୦୨୪ରେ ଓଡ଼ିଶାରେ ସରକାର ଗଢିବ ଭାରତୀୟ ଜନତା ପାର୍ଟି । ସେ କହିଛନ୍ତି, ବିହାରରେ ବିକାଶରାଜକୁ ବିହାରବାସୀ ସମର୍ଥନ ଦେଇଛନ୍ତି । ଗତ ବିଧାନସଭା ନିର୍ବାଚନରେ ଓଡିଶାରେ ୩୩ଟି ଜନଜାତି ସିଟ୍ରୁ ୧୧ଟି ସିଟରେ ବିଜେପି ବିଜୟୀ ହୋଇଥିଲା । ୨୦୧୪ରେ ବିଜେପିର ଭୋଟ ସେୟାର ୨୧ ପ୍ରତିଶତ ଥିବାବେଳେ ୨୦୧୯ରେ ଏହା ୩୮ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୨୪ରେ ରାଜ୍ୟରେ ବିଜେପି ସରକାର ଗଠନ କରିବ ବୋଲି ନଡ୍ଡା କହିଛନ୍ତି ।

ଆଜି ଉଦଘାଟିତ ହୋଇଥିବା ୬ଟି ନୂତନ କାର୍ଯ୍ୟାଳୟରେ ଆଧୁନିକ ବ୍ୟବସ୍ଥା ରହିଛି । ଏହା ଭିତରେ କନଫରେନ୍ସ ହଲ୍, ମିଟିଙ୍ଗ ହଲ୍,ଡିଜିଟାଲ କାର୍ଯ୍ୟ ପାଇଁ ଉପକରଣ, ଇ-ଲାଇବ୍ରେରୀ ଆଦି ରହିଛି । କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟାଳୟକୁ ବ୍ୟବହାର କରି ନିଜର ବିକାଶ କରିବା ସହ ତୃଣମୂଳସ୍ତରରେ ଦଳକୁ ଆଗକୁ ବଢାଇବା କାର୍ଯ୍ୟ କରିବେ ।