କନକ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା । ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ତୋଫାନି ଗସ୍ତ । ଆସନ୍ତାକାଲି ଓଡ଼ିଶା ଅସୁଛନ୍ତି କେନ୍ଦ୍ର ବୈଦେଶୀକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ ଏବଂ କର୍ମୀଙ୍କୁ ବିଜୟର ଗୁରୁମନ୍ତ୍ର ଦେବେ ।
୫ ତାରିଖରେ ବିଜେପି ରାଷ୍ଟୟୀୟ ଅଧ୍ୟକ୍ଷ ଜେପି ନଡ୍ଡା ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବେ । ଭୁବନେଶ୍ୱରରେ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ଏହି ବୈଠକରେ ବିଜେପିର ତୁୁଙ୍ଗ ନେତାମାନେ ଉପସ୍ଥିତ ରହିବେ । ଏହାପରେ କଟକରେ ମଧ୍ୟ ବୈଠକ ସହ କର୍ମୀଙ୍କୁ ଗରମନ୍ତ୍ର ଦେବେ ନଡ୍ଡା । ଏପ୍ରିଲ ୨୮ରେ ବ୍ରହ୍ମପୁର ଆସି ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ଜେପି ନଡ୍ଡା । ତେବେ ୬ ତାରିଖ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ । କାରଣ ମେ’ ୬ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରହ୍ମପୁର ଓ ନବରଙ୍ଗପୁରରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ । ଦକ୍ଷିଣ ଓଡିଶାରେ ବିଜେପିର ସ୍ଥିତି ମଜବୁତ ପାଇଁ ଚଳିତ ଥର ଆଶା ରଖିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/nadda.jpg)