କନକ ବ୍ୟୁରୋ: କୃଷକ ଆନ୍ଦୋଳନକୁ ନେଇ ହରିୟାଣା ମନ୍ତ୍ରୀଙ୍କ ବିବାଦୀୟ ବୟାନ । ଆନ୍ଦୋଳନ ସ୍ଥଳରେ ଚାଷୀଙ୍କ ମୃତ୍ୟୁକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ହରିୟାଣା କୃଷିମନ୍ତ୍ରୀ ଜେପି ଦଲାଲ । ସେ କହିଛନ୍ତି, ଚାଷୀ ଘରେ ରହିଥିଲେ ମଧ୍ୟ ମରିଥାନ୍ତେ । କୃଷକ ଆନ୍ଦୋଳନ ସମୟରେ ଧାରଣାସ୍ଥଳରେ ୨ଶହ ଚାଷୀଙ୍କ ମୃତ୍ୟୁ ହୋଇଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହା କହିଥିଲେ ଜେପି ଦଲାଲ ।
आंदोलन में संघर्षरत अन्नदाताओं के लिए इन शब्दों का प्रयोग एक संवेदनहीन और संस्कारहीन व्यक्ति ही कर सकता है।
शर्म, मगर इनको आती नहीं।
पहले किसानों को पाकिस्तान व चीन समर्थक बताने वाले हरियाणा के कृषि मंत्री जेपी दलाल को कैबिनेट से बर्खास्त किया जाना चाहिए।#Farmers_Lives_Matter pic.twitter.com/la71GiA7iv
— Randeep Singh Surjewala (@rssurjewala) February 13, 2021
କେବଳ ସେତିକି ନୁହେଁ ଏକରୁ ଦୁଇ ଲକ୍ଷ ଲୋକଙ୍କ ମଧ୍ୟରୁ ୬ ମାସରେ କଣ ୨ଶହ ଲୋକଙ୍କ ମୃତ୍ୟୁ ହେବ ନାହିଁ କି ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ । କିଏ ହୃଦଘାତ ଯୋଗୁଁ ତ କିଏ ରୋଗରେ ପଡି ମରୁଛନ୍ତି ବୋଲି ସେ କହିଥିଲେ । ହରିୟାଣା କୃଷି ମନ୍ତ୍ରୀ ଜେରି ଦଲାଲଙ୍କ ଏହି ବୟାନ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି । ସେପଟେ କୃଷକ ସଂଗଠନ ଗୁଡିକ ଜେପି ଦଲାଲଙ୍କୁ ତୁରନ୍ତ ମନ୍ତ୍ରୀ ପଦରୁ ବରଖାସ୍ତ କରିବାକୁ ଦାବି କରିଛନ୍ତି । ସେହିପରି କଂଗ୍ରେସ ମଧ୍ୟ ହରିୟାଣା କୃଷି ମନ୍ତ୍ରୀଙ୍କ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂରଜେବାଲା ଟୁଇଟ କରି ଲେଖିଛନ୍ତି, ଏହା ଜେପି ଦଲାଲଙ୍କ ସମ୍ବେଦନହୀନ ଓ ସଂସ୍କାରହୀନ ବୟାନ ।