ଗୋପ ଥାନା ଅଧିକାରୀଙ୍କ ବଦଳି ଓ କାର୍ଯ୍ୟାନୁଷ୍ଠାନ ଦାବି : ପୁରୀ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପ୍ରତିବାଦ

35

କନକ ବ୍ୟୁରୋ : ଗୋପ ଥାନା ଅଧିକାରୀଙ୍କ ବଦଳି ଓ କାର୍ଯ୍ୟାନୁଷ୍ଠାନ ଦାବିରେ ପୁରୀ ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପ୍ରତିବାଦ । ବିଶାଳ ରାଲି କରି ଗୋପ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି । କୋଣାର୍କର କନକ ନ୍ୟୁଜ୍ ପ୍ରତିନିଧି ସନ୍ତୋଷ କୁମାର ନାୟକଙ୍କୁ ସମ୍ପୃକ୍ତ ଅଧିକାରୀ ଜଣକ ବନ୍ଧୁକରେ ଗୁଳି କରିଦେବେ ବୋଲି ଏକ ଅଡିଓ ଭାଇରାଲ ହୋଇଥିଲା । ପୋଲିସ୍ ଅଧିକାରୀଙ୍କ ଏପରି ଧମକ ପ୍ରତିବାଦରେ ସାମ୍ବାଦିକମାନେ ଏକାଠି ହୋଇ ପଦଯାତ୍ରା କରିଛନ୍ତି । ଏହାସହ ଗୋପ ଥାନା ସମ୍ମୁଖରେ ସାମ୍ବାଦିକମାନେ ଅନଶନ କରିବାକୁ ନିଷ୍ପତ୍ତି ନେିଛନ୍ତି ।