କନକ ବ୍ୟୁରୋ: ଜଳବାୟୁ ପରିବର୍ତ୍ତନ ରିପୋର୍ଟିଂ ପାଇଁ ସାମ୍ବାଦିକଙ୍କୁ ସମ୍ମାନ । ତେଲେଙ୍ଗାନାରେ ସମ୍ମାନିତ ହେଲେ କନକ ନ୍ୟୁଜର ସ୍ପେଶାଲ କରେସପଣ୍ଡେଣ୍ଟ ଅନୁଜ ଦାସ । ୟୁଏସ କନସୁଲେଟ ଜେନେରାଲ ହାଇଦ୍ରାବାଦର ପବ୍ଲିକ ଆଫାୟର୍ସ ଅଫିସର ଆଲେକଜେଣ୍ଡର ମ୍ୟାକ ଲରେନ ଅନୁଜଙ୍କୁ ସମ୍ମାନିତ କରିଛନ୍ତି ।
ଜଳବାୟୁ ପରିବର୍ତନ ଓ ଏହାଦ୍ୱାରା ପ୍ରଭାବିତ ହେଉଥିବା ଜୀବନଶୈଳୀ ବିଷୟରେ ରିପୋର୍ଟିଂ କରି ଶ୍ରେଷ୍ଠ ସାମ୍ବାଦିକ ଭାବେ ସମ୍ମାନିତ ହୋଇଛନ୍ତି ଅନୁଜ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ଭିୟୁଜ ଓ ୟୁଏସ କନସୁଲେଟ ଜେନେରାଲ ହାଇଦ୍ରାବାଦ ପକ୍ଷରୁ ହାଇଦ୍ରାବାଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଦୁଇ ସାମ୍ବାଦିକଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଛି ।