ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ: ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ କରିବାକୁ ଯାଇଥିବା କ୍ୟାମେରାମ୍ୟାନ ସହ ସାମ୍ବିଦକଙ୍କୁ ଫରେଷ୍ଟ ଗାର୍ଡଙ୍କ ଆକ୍ରମଣ

2,128

କନକ ବ୍ୟୁରୋ: କରୋନା ଭୟ ଭିତରେ ଖବର ସଂଗ୍ରହ କରିବାକୁ ଯାଉଥିବା ସାମ୍ବାଦିକମାନେ ଆକ୍ରମଣର ଶୀକାର ହେବା ଭଳି ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣ ଆଉ କେହି କରୁନାହାନ୍ତି , ବରଂ ଦୁଇଜଣ ଫରେଷ୍ଟଗାର୍ଡଏହି ଆକ୍ରମଣ କରିଛନ୍ତି । ବାଲୁଖଣ୍ଡ ଅଭୟାରଣ୍ୟରେ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ଜି କଳିଙ୍ଗର କ୍ୟାମେରାମ୍ୟାନ ଚିତରଞ୍ଜନ ଖୁଂଟିଆଙ୍କୁ ଆକ୍ରମଣ ହୋଇଛି ।

ନେଚରକ୍ୟାମ୍ପର ଦୁଇ ପରେଷ୍ଟଗାର୍ଡ ଏହି ଆକ୍ରମଣ କରିଛନ୍ତି । ଏହି ସମୟରେ କନକ ନ୍ୟୁଜର ସାମ୍ବାଦିକ ତାଙ୍କୁ ସୁରକ୍ଷା ଦେବାକୁ ଚାହୁଁଥିବାବେଳେ ତାଙ୍କୁ ମଧ୍ୟ ପେଲାଠେଲା କରାଯାଇଛି । ନେଚରକ୍ୟାମ୍ପ ଭିତରେ ମଦ ବୋତଲ ଥୁଆ ହୋଇଥିବାର ଦୃଶ୍ୟ କାଳେ କ୍ୟାମେରାରେ ଉଠାଯାଇଛି ବୋଲି ସନ୍ଦେହ କରି ଦୁଇ ଫରେଷ୍ଟଗାର୍ଡ ଏହି ଅଚାନକ ଆକ୍ରମଣ କରିଥିଲେ ।

Comments are closed.