ଚୀନକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ସାମ୍ବାଦିକ ଗିରଫ : ସୁରକ୍ଷା ସଂପର୍କିତ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ, ସାମ୍ବାଦିକଙ୍କୁ ଟଙ୍କା ଯୋଗାଉଥିବା ନେପାଳି ଓ ଚୀନ ନାଗରିକଙ୍କୁ ଗିରଫ କଲା ଦିଲ୍ଲୀ ସ୍ପେଶାଲ ପୋଲିସ

629

କନକ ବ୍ୟୁରୋ : ଦିଲ୍ଲୀ ସ୍ପେଶାଲ ପୋଲିସ ଜଣେ ସାମ୍ବାଦିକଙ୍କ ସହ ଜଣେ ନେପାଳି ନାଗରିକ ଓ ଜଣେ ଚୀନ ନାଗରିକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ସାମ୍ବାଦିକ ଜଣକ ହେଉଛନ୍ତି ରାଜୀବ ଶର୍ମା । ସେ ଫ୍ରି ଲାନ୍ସିଂ ରେ ସାମ୍ବାଦିକତା କରୁଥିଲେ । ସେ କିଛିଦିନ ହେବ ଚୀନ ଇଣ୍ଟେଲିଜେନ୍ସକୁ ଭାରତର କିଛି ଗୁପ୍ତ ଖବର ଦେଉଥିବା ଅଭିଯୋଗରେ ଗରିଫ ହୋଇଛନ୍ତି ।

ଅନ୍ୟପଟେ ଗିରଫ ହୋଇଥିବା ଚୀନ ନାଗରିକ କିଙ୍ଗ ଶୀ ଓ ନେପାଳ ନାଗରିକ ସେର୍ ସିଂ ରେଳ କମ୍ପାନୀ ମାଧ୍ୟରେ ରାଜୀବଙ୍କୁ ଟଙ୍କା ଯୋଗାଉଥିଲେ । ଚୀନ ଇଣ୍ଟେଲିଜେନ୍ସ ଟଙ୍କା ବଦଳରେ ଭାରତର ଗୁପ୍ତ ଖବର ଦେବାକୁ ଏହି ୨ ଜଣଙ୍କ ମାଧ୍ୟମରେ ଟଙ୍କା ଯୋଗାଉଥିଲା । ସୂଚନା ମୁତାବକ ସ୍ପେଶାଲ ସେଲ ରାଜୀବଙ୍କ ପ୍ରୀତମପୁର ଘର ନିକଟରୁ ଅଫିସିଆଲ ଅଧିନିୟମରେ ଗିରଫ କରିଛି । ପୋଲିସ କହିଛି କି ରାଜୀବଙ୍କ ନିକଟରୁ ଦେଶର ସୁରକ୍ଷା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଜବତ କରିଛି । ପୋଲିସ ସୂଚନା ମୁତାବକ ରାଜୀବ ଶର୍ମାଙ୍କୁ ୧୪ ସେପ୍ଟେମ୍ବରରେ ଗିରଫ୍ କରାଯାଇଥିଲା । ତାପର ଦିନ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ପୋଲିସ ତାଙ୍କୁ ୬ ଦିନ ପାଇଁ ରିମାଣ୍ଡରେ ନେଇଥିଲା ।

ଆସନ୍ତା ୨୨ ତାରିଖ ଦିନ ତାଙ୍କ ଜାମିନ ଆବେଦନ ଉପରେ ପଟିଆଲା କୋର୍ଟରେ ଶୁଣାଣି ହେବ । ଗିରଫ ହୋଇଥିବା ଏହି ୩ ଜଣଙ୍କ ପାଖରୁ ମୋବାଇଲ, ଲାପଟପ୍ ଓ ଅନ୍ୟକିଛି ସାମଗ୍ରୀ ଜବତ ହୋଇଛି । ଏବେ ସ୍ପେଶାଲ ଟିମ୍ ତାଙ୍କୁ ପଚରା ଉଚରା ଜାରି ରଖିଛି । ରାଜୀବ ୟୁନାଇଟେଡ ନ୍ୟୁଜ୍ ଅଫ୍ ଇଣ୍ଡିଆ, ଫ୍ରି ପ୍ରେସ୍ ଜର୍ନାଲ ଓ ସକାଲ ଭଳି ସଂସ୍ଥାରେ କାମ କରିଛନ୍ତି ।