ମହିଳାମାନେ ନିଜର ସ୍ୱଭାବ ଅନୁସାରେ, ବହୁତ ସ୍ୱାଭିମାନୀ ଥାଆନ୍ତି । ଅଷ୍ଟ୍ରେଲିୟାର ଏକ ମାମଲା ସାମନାକୁ ଆସିଛି । ଯେଉଁଠି ମହିଳାମାନେ ସ୍ଲିଭଲେସ ଟପ୍ (ଟି-ସାର୍ଟ) ପିନ୍ଧି ଫଟୋ ସୋଶିଆଲ ମିଡିଆରେ ସେୟାର କରୁଛନ୍ତି । କାହିିଁକିନା ନିକଟରେ ଜଣେ ମହିଳା ସାମ୍ବାଦିକା ସ୍ଲିଭଲେସ ଟପ୍ ପିନ୍ଧି ଅଷ୍ଟ୍ରେଲିୟାର ସଂସଦକୁ ରିପୋର୍ଟିଙ୍ଗ କରିବାକୁ ଯାଇଥିଲେ । ତାଙ୍କୁ ଏହା କହି ସଂସଦ ପରିସରରୁ ବାହାର କରିଦିଆଗଲା କି, ତାଙ୍କ ଶରୀରର ଅଧିକାଂଶ ଭାଗ ଦେଖାଯାଉଛି ।
ମହିଳା ସାମ୍ବାଦିକ ପେଟ୍ରିସିୟା ଟ୍ୱିଟରରେ ନିଜର ବାହୁ ଦେଖାଇ ଏକ ଫଟୋ ସେୟାର କଲେ ଓ ଲେଖିଲେ, “ମତେ ସଂସଦରୁ ଏଥିପାଇଁ ବାହାର କରି ଦିଆଗଲା କି ତାଙ୍କୁ ମୋ ହାତର ଅଧିକ ଭାଗ ଖୋଲା ଥିବା ଦେଖାଯାଇଥିଲା । ଏହା ମୁର୍ଖାମୀ ! କିନ୍ତୁ ଆଟେଣ୍ଡାଣ୍ଟଙ୍କ କହିବା ପରେ ବାହାରକୁ ଯିବା ମୋତେ ଠିକ୍ ଲାଗିଲା । ମତେ ଲାଗିଲା ଆଜିକାଲିର ମାନକ ହିସାବରେ ଏହା ଠିକ୍ ନୁହେଁ ।” ଟ୍ଵିଟରରେ ଏହି ମାମଲା ନଜରକୁ ଆସିବା ପରେ ଅଷ୍ଟ୍ରେଲୀୟ ସରକାର କ୍ଷମା ଯାଚନା କରିଛନ୍ତି। ଖାଲି ସେତିକି ନୁହେଁ ଏହି ମାମଲାର ତଦନ୍ତ ଲାଗି ମଧ୍ୟ ସରକାର ଗ୍ରହଣ କରିଛନ୍ତି।ଏହାକୁ ସ୍ୱାଗତ କରିଛନ୍ତି ପେଟ୍ରିସିୟା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/5-2.jpg)
/kanak/media/post_attachments/wp-content/uploads/2018/12/0521_carvelas-300x225.jpg)