କନକ ବ୍ୟୁରୋ: ସୁପ୍ରିମକୋର୍ଟ କେରଳର ସାମ୍ବାଦିକ ସିଦ୍ଦିକୀ କପ୍ପନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ପାଖାପାଖି ୨୩ ମାସ ପରେ କୋର୍ଟ ତାଙ୍କ ଜାମିନ ଆବେଦନକୁ ଗ୍ରହଣ କରିଥିଲେ । ତେବେ ଜାମିନ ପରେ ମଧ୍ୟ ସେ ଜେଲରେ ରହିବେ । ତାଙ୍କ ବିରୋଧରେ ଇଡି ଯାଞ୍ଚ କରୁଛି । ତେଣୁ ବର୍ତ୍ତମାନ ତାଙ୍କୁ ଜାମିନ ପରେ ମଧ୍ୟ ଜେଲରେ ରହିବାକୁ ପଡିବ । ସୁପ୍ରିମକୋର୍ଟରୁ ଜାମିନ ମିଳିବା ପରେ ଉତ୍ତର ପ୍ରଦେଶର ଏକ ସ୍ଥାନୀୟ ଅଦାଲତ ହାଥରସ ଘଟଣାର ପ୍ରସାରଣ ପାଇଁ ଯାଉଥିବା ବେଳେ ୨୦୨୦ ଅକ୍ଟୋବର ମାସରେ ଗିରଫ କେରଳର ସାମ୍ବାଦିକ ସିଦ୍ଦିକୀ କପ୍ପନଙ୍କୁ ଜେଲରୁ ମୁକ୍ତ ପାଇଁ ଆଦେଶ ଦେଇଥିଲେ । ସୋମବାର ଏନେଇ ରାୟ ଦେଇଥିଲେ କୋର୍ଟ ।

Advertisment

କପ୍ପନଙ୍କୁ ବେଆଇନ ଗତିବିଧି ନିରୋଧକ ଅଧନିୟମ, ଆଇଟି ଅଧିନିୟମ ତଥା ଭାରତୀୟ ଦଣ୍ଡବିଧିର ବିଭିନ୍ନ ଧାରାରେ ଗିରଫ କରାଯାଇଥିଲା । ଜଷ୍ଟିସ ଅନୁରୋଧ ମିଶ୍ରା କପ୍ପନଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏଁର ଜାମିନ ପତ୍ର ତଥା ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରିଛନ୍ତି । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଧାରିତ ସର୍ତ୍ତ ଉଲ୍ଲଙ୍ଘନ ନକରିବାକୁ କୁହାଯାଇଛି ।

୨୦୨୦ ମସିହା ଅକ୍ଟୋବର ୫ ତାରିଖରେ କେରଳର ସାମ୍ବାଦିକ ସିଦ୍ଦିକୀ କପ୍ପନ ତଥା ଅନ୍ୟ ତିନି ଜଣଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଥିଲା । ଏମାନଙ୍କୁ ଅପରାଧ କରିବା ପାଇଁ ଯୋଜନା ରଖିଥିବା ସନ୍ଦେହରେ ତାଙ୍କୁ ଗିରଫ କରାଯାଇଛି । ପୋଲିସ ସେମାନଙ୍କର ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ସହ ସମ୍ବନ୍ଧ ରଖିଥିବାର ଅଭିଯୋଗ ଲଗାଇଥିଲା । କପ୍ପନଙ୍କ ସହ ଅଥିକୁର ରହମାନ, ଆଲମ ଏବଂ ମସୁଦକୁ ଭାରତୀୟ ଦଣ୍ଡ ସଂହିତା ଆଧାରରେ ଗିରଫ କରାଯାଇଥିଲା ।