ମର୍ଣ୍ଣିଂ ୱାକ୍ ବେଳେ ମରଣାନ୍ତକ ଆକ୍ରମଣ : ସ୍କୁଟିରେ ଆସି ମୋବାଇଲ ଛଡ଼ାଇ ନେଇଗଲେ ଲୁଟେରା

ରାଜଧାନୀର ଡେଲଟା ଛକରେ ଆକ୍ରମଣ, ଲୁଟର ଶିକାର ହେଲେ ସତ୍ୟ ସୁନ୍ଦର ଭଞ୍ଜ

218

କନକ ବ୍ୟୁରୋ : ମର୍ଣ୍ଣିଂୱାର୍କ କରୁଥିବା ସମୟରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ । ସ୍କୁଟିରେ ଆସି ମୋବାଇଲ ଛିନ ତାଇ କରି ଛଡ଼ାଇ ନେଇଗଲେ ଲୁଟେରା । ରାଜଧାନୀର ଡେଲଟା ଛକରେ ଘଟିଛି ଏଭଳି ଘଟଣା । ସମୟର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜ ସକାଳୁ ମର୍ଣ୍ଣିଂୱାର୍କ କରୁଥିବା ସମୟରେ ତାଙ୍କ ଠାରୁ ମୋବାଇଲ ଛଡାଇ ନେଇଥିଲେ ଲୁଟେରା । ଆହତ ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁଯାୟୀ, ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ଦୁଇ ଜଣ ଯୁବକ ସ୍କୁଟିରେ ଆସି ଭୁବନେଶ୍ବରର ଡେଲଟା ଛକ ପାଖରୁ ‘ସମୟ’ର ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କ ଠାରୁ ଛିନତାଇ କରି ମୋବାଇଲ ଛଡ଼େଇ ନେଇଗଲେ । ଏପରିକି ତାଙ୍କୁ ମରଣାନ୍ତକ ଆକ୍ରମଣ ବି କରିଛନ୍ତି । ଦୁଇ ଯୁବକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ମୋବାଇଲ୍ ଦେ ବୋଲି ଧମକାଇଥିଲେ। ହେଲେ ଏଥିରେ ଭୟଭୀତ ନ ହୋଇ ବରଂ ସେ ମୋବାଇଲ୍ ଦେଇ ନଥିଲେ । ଏହାପରେ ଦୁଇ ଯୁବକ ତାଙ୍କୁ ଲୁହା ରଡରେ ଆକ୍ରମଣ କରି ଲହୁଲୁହାଣ କରି ମୋବାଇଲ ଛଡ଼େଇ ନେଇ ପଳାଇଥିଲେ। ଏହାପରେ ବରିଷ୍ଠ ସାମ୍ବାଦିକ ସତ୍ୟ ସୁନ୍ଦର ଭଞ୍ଜଙ୍କୁ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଖବର ପାଇ କମିସନରେଟ୍ ପୁଲିସ ଉକ୍ତ ଦୁଇ ଯୁବକଙ୍କୁ ଖୋଜୁଥିବା ଜଣାଯାଇଛି ।