କନକ ବ୍ୟୁରୋ: ବିବାହ ମଣ୍ଡପରେ ଅଙ୍ଗଦାନର ସଙ୍କଳ୍ପ । ରାଜସ୍ଥାନ କୋଟା ଅଞ୍ଚଳର ନବ ଦମ୍ପତି ବିବାହ ମଣ୍ଡପରେ ଅଙ୍ଗଦାନ ପାଇଁ ସଂକଳ୍ପ ନେଇଛନ୍ତି । ଅର୍ଜୁନ ଅରବିନ୍ଦ ଓ ନିଧି ପ୍ରଜାପତିଙ୍କ ମଧ୍ୟରେ ନିକଟରେ ବିବାହ ହୋଇଛି । ନିଧି ଜଣେ ସମାଜ ସେବିକା ହୋଇଥିବା ବେଳେ ଅର୍ଜୁନ ଜଣେ ସାମ୍ବାଦିକ । ନିଧି ଜଣେ ଡାକ୍ତର ହେବାକୁ ଚାହୁଁଥିଲେ । କୌଣସି ପରିସ୍ଥିତି ପାଇଁ ସେ ଡାକ୍ତର ହୋଇପାରିନଥିଲେ । ହେଲେ ପିଏଚଡି କରି ନିଜ ନାଁ ଆଗରେ ଡକ୍ଟର ଲଗାଇଛନ୍ତି । ଅର୍ଜନଙ୍କ ସହ ବିବାହ ଠିକ୍ ହେବା ପରେ ଅଙ୍ଗଦାନ କରିବା ପାଇଁ ତାଙ୍କର ଇଚ୍ଛା ଥିବା କହିଥିଲେ । ନିଧିଙ୍କ ଇଚ୍ଛାକୁ ସମର୍ଥନ ଜଣାଇ ଅର୍ଜୁନ ମଧ୍ୟ ଅଙ୍ଗଦାନ କରିବାକୁ ନିଷ୍ପତ୍ତିି ନେଇଥିଲେ ।

Advertisment