ସାମ୍ବାଦିକ ରମେଶ ରଥଙ୍କୁ ଛାଡିଲା କେନ୍ଦୁଝର ପୋଲିସ । ଚନ୍ଦ୍ରାଣି ମୁର୍ମୁ ମିଛ ଭିଡିଓ ଭାଇରାଲ ପ୍ରସଙ୍ଗରେ ପଚରାଉଚରା ପାଇଁ ନେଇଥିଲା ପୋଲିସ । ଭିଡିଓ ଭାଇରାଲ ସଂକ୍ରାନ୍ତରେ କିଛି ହାର୍ଡଡିସ୍କ ସିଜ୍ ହୋଇଥିବା ସୂଚନା ।

384

କନକ ବ୍ୟୁରୋ : ସାମ୍ବାଦିକ ରମେଶ ରଥଙ୍କୁ ଛାଡିଲା କେନ୍ଦୁଝର ପୋଲିସ । କେନ୍ଦୁଝର ପୋଲିସ ଆଜି ତାଙ୍କୁ ନିଜ ହେପାଜତକୁ ନେଇଥିଲା । ଚନ୍ଦ୍ରାଣୀ ମୁର୍ମୁ ଫେକ୍ ଭିଡିଓ ମାମଲାରେ ତାଙ୍କୁ ହେପାଜତକୁ ନେଇଥିଲା ପୋଲିସ । ମାମଲା ସଂକ୍ରାନ୍ତୀୟ ଦସ୍ତାବିଜ ଜବତ ପରେ ଛାଡିଥିବା ସୂଚନା । ରମେଶଙ୍କ ଘରେ ଏବଂ ଓଟିଭି ଅଫିସରେ ଛାନଭିନ କରିଥିଲା ପୋଲିସ ।

ଭିଡିଓ ଭାଇରାଲ ସଂକ୍ରାନ୍ତରେ କିଛି ହାର୍ଡଡିସ୍କ ସିଜ୍ ହୋଇଥିବା ସୂଚନା ମିଳିଛି । ଏହାସହ ଆଜି ତାଙ୍କ ଭିଡିଓ ଭାଇରାଲ ପ୍ରସଙ୍ଗରେ ପଚରାଉଚରା କରିଛି ପୋଲିସ  ।

ଆଜି ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ତାଙ୍କ ଘରୁ ଉଠାଇନେଇଥିଲା । ୪/୫ ଜଣ ପୋଲିସ ସାଦା ପୋଷାକରେ ଆସି ତାଙ୍କୁ ଘରୁ ନେଇଯାଇଥିଲେ । ତେବେ ପଚରାଉଚରା ପରେ ଏବେ ପୋଲିସ ତାଙ୍କୁ ଛାଡି ଦେଇଥିବା ଜଣାପଡିଛି ।