କନକ ବ୍ୟୁରୋ : ସାମ୍ବାଦିକ ରମେଶ ରଥଙ୍କୁ ଛାଡିଲା କେନ୍ଦୁଝର ପୋଲିସ । କେନ୍ଦୁଝର ପୋଲିସ ଆଜି ତାଙ୍କୁ ନିଜ ହେପାଜତକୁ ନେଇଥିଲା । ଚନ୍ଦ୍ରାଣୀ ମୁର୍ମୁ ଫେକ୍ ଭିଡିଓ ମାମଲାରେ ତାଙ୍କୁ ହେପାଜତକୁ ନେଇଥିଲା ପୋଲିସ । ମାମଲା ସଂକ୍ରାନ୍ତୀୟ ଦସ୍ତାବିଜ ଜବତ ପରେ ଛାଡିଥିବା ସୂଚନା । ରମେଶଙ୍କ ଘରେ ଏବଂ ଓଟିଭି ଅଫିସରେ ଛାନଭିନ କରିଥିଲା ପୋଲିସ ।
ଭିଡିଓ ଭାଇରାଲ ସଂକ୍ରାନ୍ତରେ କିଛି ହାର୍ଡଡିସ୍କ ସିଜ୍ ହୋଇଥିବା ସୂଚନା ମିଳିଛି । ଏହାସହ ଆଜି ତାଙ୍କ ଭିଡିଓ ଭାଇରାଲ ପ୍ରସଙ୍ଗରେ ପଚରାଉଚରା କରିଛି ପୋଲିସ ।
ଆଜି ଓଟିଭି ସାମ୍ବାଦିକ ରମେଶ ରଥଙ୍କୁ ପୋଲିସ ତାଙ୍କ ଘରୁ ଉଠାଇନେଇଥିଲା । ୪/୫ ଜଣ ପୋଲିସ ସାଦା ପୋଷାକରେ ଆସି ତାଙ୍କୁ ଘରୁ ନେଇଯାଇଥିଲେ । ତେବେ ପଚରାଉଚରା ପରେ ଏବେ ପୋଲିସ ତାଙ୍କୁ ଛାଡି ଦେଇଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/21-13.jpg)