କେନ୍ଦ୍ରାପଡ଼ାର ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ଗତକାଲି କାର୍ଯ୍ୟରତ ସାମ୍ବାଦିକଙ୍କୁ ମହିଳା ପୋଲିସଙ୍କ ମାଡ ପ୍ରତିବାଦରେ ତାଲା ପକାଇଲେ ସାମ୍ବାଦିକ ।

349

କନକ ବ୍ୟୁରୋ : କେନ୍ଦ୍ରାପଡାର ୫ ବିଧାୟକଙ୍କୁ ତାଲା ପକାଇଲେ ସାମ୍ବାଦିକ । ଜିଲ୍ଲାପାଳ ଅଫିସରେ ୫ ବିଧାୟକଙ୍କୁ ତାଲା ପକାଇଛନ୍ତି କାର୍ଯ୍ୟରତ ସାମ୍ବାଦିକ । ଗତକାଲି ସାମ୍ବାଦିକଙ୍କୁ ମହିଳା ପୋଲିସଙ୍କ ଚାପୁଡା ମାଡ ପ୍ରତିବାଦରେ ସାମ୍ବାଦିକ ମାନେ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଥିଲେ । ଆଉ ଏହି ସମୟରେ ଜିଲ୍ଲାର ୫ ବିଧାୟକଙ୍କ ସହ ଜିଲ୍ଲାପାଳ ଆଲୋଚନା କରୁଥିବା ଜାଣିବା ପରେ ସେମାନଙ୍କୁ ଭିତର ପଟୁ ତାଲା ମାରିଥିଲେ ସାମ୍ବାଦିକ । ତେବେ ଏହି ଘଟଣା ପରେ ସାମ୍ବାଦିକ ସଂଘର ପ୍ରତିନିଧିଙ୍କୁ ଡାକି ଆଲୋଚନା କରାଯାଇଛି ଓ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।

ମିଳିଥିବା ସୂଚନା ମୁତାବକ, ଗତକାଲି ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ସର୍ବ ସମ୍ମୁଖରେ ଚାପୁଡା ମାରିଥିଲେ ମହିଳା ପୋଲିସ । ଯାହାର ଭିଡ଼ିଓ ସାମ୍ନାକୁ ଆସିଥିଲା । ଚାପୁଡା ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିଲେ । ମାଡ ଖାଇଥିବା ସାମ୍ବାଦିକଙ୍କ କହିବା ଅନୁଯାୟୀ, ବିନା ମାସ୍କରେ ବୁଲୁଥିବା ମହିଳା ପୋଲିସଙ୍କ ଫଟୋ ପୋଷ୍ଟ କରିବାରୁ ଆକ୍ରୋଶମୂଳକ ଭାବେ ତାଙ୍କୁ ମାଡ ମରାଯାଇଛି । କେବଳ ଏତିକି ନୁହେଁ ଜିଲ୍ଲାର ସାମ୍ବାଦିକଙ୍କ ଅଭିଯୋଗ ଅନୁଯାୟୀ, ପୋଲିସ ବିରୋଧରେ କୌଣସି ଖବର ପ୍ରସାରଣ କଲେ ଟାର୍ଗେଟ କରାଯାଉଛି ।