ସାମ୍ବାଦିକଙ୍କୁ ଆକ୍ରମଣ କଲେ ବିଜେପି କର୍ମୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଦେଇଥିଲେ ବିବାଦୀୟ ଟିପ୍ପଣୀ ।

152

କନକ ବ୍ୟୁରୋ: ମହାରାଷ୍ଟ୍ର ପୁଣେରେ ସାମ୍ବାଦିକଙ୍କ କାର ଉପରେ ଆକ୍ରମଣ । ଶୁକ୍ରବାର ବିଜେପିର ସମର୍ଥକ ଏହି ଆକ୍ରମଣ କରିଥିବା ଜଣାପଡିଛି । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯିବା ଅବସରରେ ଆକ୍ରମଣ ହୋଇଛି ।
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ମିଳିବା ନେଇ ଘୋଷଣା ହେବା ପରେ ସାମ୍ବାଦିକ ଜଣକ ଏହା ବିରୋଧୀ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସାମ୍ବାଦିକ ନିଖିଳ ବାଗଲେଙ୍କ ଉପରେ ଏହାକୁ ମିଶାଇ ୬ଥର ଆକ୍ରମଣ ହୋଇସାରିଲାଣି । କିନ୍ତୁ ଆକ୍ରମଣ ପରେ ବି ଏକ କାର୍ଯ୍ୟକ୍ରମରେ ପହଞ୍ଚି ଆକ୍ରମଣକାରୀଙ୍କୁ କ୍ଷମା କରିଦେଇଛନ୍ତି ବୋଲି କହିଛନ୍ତି ବାଗଲେ ।