ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଲନଙ୍କୁ ପୁଲିଜର ପୁରସ୍କାର । ଚୀନ୍ ବନ୍ଦୀ କେନ୍ଦ୍ର ଗୁଡ଼ିକରେ ମୁସଲିମଙ୍କୁ ଅଟକ ରଖାଯିବା ଉପରେ କରିଥିଲେ ଅନୁସନ୍ଧାନ ମୂଳକ ରିପୋର୍ଟିଂ

230

କନକ ବ୍ୟୁରୋ: ଭାରତୀୟ  ବଂଶୋଦ୍ଭବ  ସାମ୍ବାଦିକା ମେଘା  ରାଜଗୋପାଲନଙ୍କୁ ମିଳିଛି ସମ୍ମାନଜନକ ପୁଲିଜର୍  ପୁରସ୍କାର  । ଅନୁସନ୍ଧାନ  ମୂଳକ  ସାମ୍ବାଦିକତା  କରି  ମେଘା  ଏହି  ସମ୍ମାନ  ପାଇଛନ୍ତି  ।   ଚୀନ  ସରକାର  ହଜାର  ହଜାର  ମୁସଲମାନଙ୍କୁ  ନଜରବନ୍ଦୀ  କରି  ରଖିବା  ଉପରେ  ଅନୁସନ୍ଧାନ  ମୂଳକ  ସାମ୍ବାଦିକତା  କରିଥିଲେ  ମେଘା  ।  ଏହି  ବିଷୟ  ଉପରେ  ରିପୋର୍ଟିଂ  କରିବା  ନେଇ  ଜାଣିବା ପରେ ଚୀନ ସରକାର ମେଘାଙ୍କ  ଭିସା  ରଦ୍ଦ  କରିଦେଇଥିଲେ  ।

ଏହାସହ ତାଙ୍କୁ  ଦେଶରୁ  ବାହାର  ମଧ୍ୟ  କରିଦେଇଥିଲେ ଚୀନ୍ ସରକାର  । ଚୀନ ସରକାର ଅନେକଙ୍କୁ ନଜରବନ୍ଦୀ  ରଖିବା  କଥାକୁ  ମଧ୍ୟ  ମାନି  ନଥିଲା  ।  ପରେ  ମେଘ ।  ଲଣ୍ଡନରେ  ରହି  ଚୀନର  ସେହି  ମୁସଲମାନ  ଶୀବିର  ଗୁଡିକ  ଉପରେ  ରିପୋର୍ଟିଂ  କରିବା  ଜାରି  ରଖିଥିଲେ  ।  ଏଥିରେ  ତାଙ୍କୁ  ୨ ଜଣ  ସହଯୋଗୀ  ସାହାଯ୍ୟ  କରିଥିଲେ  ।  ମେଘାଙ୍କ  ଏହି  ଅନୁସନ୍ଧାନମୂଳକ  ସାମ୍ବାଦିକତା  ପାଇଁ  ସେ  ପୁଲିଜର୍  ସମ୍ମାନ  ହାତେଇଛନ୍ତି  ।