କନକ ବ୍ୟୁରୋ: ଭାରତୀୟ ବଂଶୋଦ୍ଭବ ସାମ୍ବାଦିକା ମେଘା ରାଜଗୋପାଲନଙ୍କୁ ମିଳିଛି ସମ୍ମାନଜନକ ପୁଲିଜର୍ ପୁରସ୍କାର । ଅନୁସନ୍ଧାନ ମୂଳକ ସାମ୍ବାଦିକତା କରି ମେଘା ଏହି ସମ୍ମାନ ପାଇଛନ୍ତି । ଚୀନ ସରକାର ହଜାର ହଜାର ମୁସଲମାନଙ୍କୁ ନଜରବନ୍ଦୀ କରି ରଖିବା ଉପରେ ଅନୁସନ୍ଧାନ ମୂଳକ ସାମ୍ବାଦିକତା କରିଥିଲେ ମେଘା । ଏହି ବିଷୟ ଉପରେ ରିପୋର୍ଟିଂ କରିବା ନେଇ ଜାଣିବା ପରେ ଚୀନ ସରକାର ମେଘାଙ୍କ ଭିସା ରଦ୍ଦ କରିଦେଇଥିଲେ ।
ଏହାସହ ତାଙ୍କୁ ଦେଶରୁ ବାହାର ମଧ୍ୟ କରିଦେଇଥିଲେ ଚୀନ୍ ସରକାର । ଚୀନ ସରକାର ଅନେକଙ୍କୁ ନଜରବନ୍ଦୀ ରଖିବା କଥାକୁ ମଧ୍ୟ ମାନି ନଥିଲା । ପରେ ମେଘ । ଲଣ୍ଡନରେ ରହି ଚୀନର ସେହି ମୁସଲମାନ ଶୀବିର ଗୁଡିକ ଉପରେ ରିପୋର୍ଟିଂ କରିବା ଜାରି ରଖିଥିଲେ । ଏଥିରେ ତାଙ୍କୁ ୨ ଜଣ ସହଯୋଗୀ ସାହାଯ୍ୟ କରିଥିଲେ । ମେଘାଙ୍କ ଏହି ଅନୁସନ୍ଧାନମୂଳକ ସାମ୍ବାଦିକତା ପାଇଁ ସେ ପୁଲିଜର୍ ସମ୍ମାନ ହାତେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/thequint_2021-06_146fd8ee-af5c-4a7f-836b-fa15820e600e_Megha_Rajagopalan_Oslo_Freedom_Forum_2018__144549_.jpeg)