୫ ବିଧାୟକଙ୍କୁ ତାଲା ପକାଇଦେଲେ ସାମ୍ବାଦିକ । ମହିଳା ପୋଲିସ ଅଧିକାରୀଙ୍କ ସାମ୍ବାଦିକଙ୍କୁ ଚାପୁଡା ପ୍ରତିବାଦରେ କେନ୍ଦ୍ରାପଡାରେ ହଙ୍ଗାମା
କନକ ବ୍ୟୁରୋ: କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସ୍ ଭିତରେ ୨ ଘଂଟା ଧରି ଅଟକ ରହିଲେ ୫ ବିଧାୟକ । ଜିଲ୍ଲାପାଳଙ୍କ ସହ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଆସିଥିବା ବେଳେ ପ୍ରତାପ ଦେବ, ଶଶୀ ଭୂଷଣ ବେହେରା, ଧ୍ରୁବ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସାବିତ୍ରୀ ଅଗ୍ରୱାଲଙ୍କୁ ତାଲାପକାଇ ଦେଇଥିଲେ ସ୍ଥାନୀୟ ସାମ୍ବାଦିକ । ଜଣେ ୱେବ ସାମ୍ବାଦିକଙ୍କୁ ମହିଳା କନେଷ୍ଟବଳ ମାଡ଼ ମାରିବା ପ୍ରତିବାଧରେ ସାମ୍ବାଦିକମାନେ ଧାରଣାରେ ବସିଥିଲେ । କନେଷ୍ଟବଳ ଜଣ ମାସ୍କ ପିନ୍ଧି ନଥିବାର ଭିଡିଓ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ ସମ୍ପୃକ୍ତ ସାମ୍ବାଦିକ ଜଣକ ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅଫିସରେ ଅଟକ ରହିଲେ ୫ ବିଧାୟକ । ପ୍ରତାପ ଦେବ, ଶଶୀ ଭୂଷଣ ବେହେରା, ଧ୍ରୁବ ସାହୁ, ଅତନୁ ସବ୍ୟସାଚୀ ନାୟକ ଓ ସାବିତ୍ରୀ ଅଗ୍ରୱାଲ ପ୍ରାୟ ୨ ଘଂଟା ଧରି କାର୍ଯ୍ୟାଳୟ ଭିତରେ ଅଟକ ରହିଥିଲେ । ଜିଲ୍ଲାପାଳଙ୍କ ସହ କୌଣସି ପ୍ରସଙ୍ଗରେ ଆଲୋଚନା କରିବାକୁ ଆସିଥିବା ଏହି ବିଧାୟକମାନଙ୍କୁ ତାଲାପକାଇ ଦେଇଥିଲେ ସ୍ଥାନୀୟ ସାମ୍ବାଦିକ । ଜଣେ ମହିଳା କନେଷ୍ଟବଳ ୱେବ ସାମ୍ବାଦିକଙ୍କୁ ମାଡ ମାରିବାର ପ୍ରତିବାଦ କରୁଥିଲେ ।
ୱେବ ସାମ୍ବାଦିକଙ୍କୁ ପୋଲିସ୍ କନେଷ୍ଟବଳଙ୍କ ମାଡ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଏହି ମହିଳା କନେଷ୍ଟବଳ ଜଣକ ମାସ୍କ ପିନ୍ଧି ନଥିଲେ, ଆଉ ଏହାର ଭିଡିଓ ଉଠାଇ ସୋସିଆଲ ମିଡିଆରେ ଛାଡ଼ି ଦେଇଥିଲେ ସାମ୍ବାଦିକ ଭୀମସେନ ସେଠୀ । ଏଥିରେ ରାଗି ଯାଇ ସାମ୍ବାଦିକ ଜଣଙ୍କୁ ଗାଲିଗୁଲଜ କରିବା ସହ କନେଷ୍ଟବଳ ପିନୁ ପଟ୍ଟନାୟକ ଚାପୁଡ଼ା ମାରିଥିଲେ ।
ମାରିଥିବା ମହିଳା କନେଷ୍ଟବଳଙ୍କ ଗିରଫ ଦାବି କରିଛନ୍ତି ସାମ୍ବାଦିକ । ଆଉ ଯଦି କାର୍ଯ୍ୟାନୁଷ୍ଠାନ ନିଆ ନଯାଏ ପୁଣି ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।