୨୦୨୦ ରୁ ସାମ୍ବାଦିକଙ୍କ ପାଇଁ ବନ୍ଦ ଥିଲା ଲୋକସେବା ଭବନ । ବିଜେପି ସରକାର ଗଠନର ୧ ଘଣ୍ଟା ପରେ ଲୋକସେବା ଭବନ ଗଲେ ସାମ୍ବାଦିକ

323

କନକ ବ୍ୟୁରୋ : ଆଜି ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ସରକାର ଗଠନ ହୋଇଛି । ମନ୍ତ୍ରୀମଣ୍ଡଳ ଶପଥ ନେବାର ଗୋଟିଏ ଘଣ୍ଟା ମଧ୍ୟରେ ଆକ୍ସନମୋଡକୁ ଆସିଛନ୍ତି ସରକାର । ୨୦୨୦ ମାର୍ଚ୍ଚ ମାସରୁ ସାମ୍ବାଦିକଙ୍କ ପାଇଁ ମନା ଥିବା ଲୋକସେବା ଭବନ ତୁରନ୍ତ ସାମ୍ବାଦିକଙ୍କ ପାଇଁ ଖୋଲାହୋଇଛି । ଲୋକସେବା ଭବନକୁ ପ୍ରବେଶ ଅନୁମତି ମିଳିବା ପରେ ଶହ ଶହ ସାମ୍ବାଦିକ ଖୁସିମନରେ ଲୋକସେବା ଭବନ ଅଭିମୁଖେ ବାହାରିପଡିଛନ୍ତି । ବିଜେଡି ସରକାରରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ବନ୍ଦ କରାଯାଇଥିବାବେଳେ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ସରକାରକୁ ଆସିଲେ ତୁରନ୍ତ ଲୋକସେବା ଭବନ ସାମ୍ବାଦିକଙ୍କ ପାଇଁ ଖୋଲା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଯାହାକି ସରକାର ଗଠନ ହେବାର ଗୋଟିଏ ଘଣ୍ଟା ମଧ୍ୟରେ କାର୍ଯ୍ୟକାରୀ କରାଯାଇଛି ।