ପଂଚାୟତ ନିର୍ବାଚନ : ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ; ୮ ଜଣଙ୍କୁ ଗିରଫ କଲା ଗଡିଶାଗଦା ଥାନା ପୁଲିସ

86

କନକ ବ୍ୟୁରୋ : ପଂଚାୟତ ନିର୍ବାଚନ ସଂପର୍କିତ ଖବର ସଂଗ୍ରହ ରିବାକୁ ଯାଇଥିବାବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣରା କାର୍ଯ୍ୟାନୁଷ୍ଠାନ ହୋଇଛି । ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଗଡିଶାଗଦା ଥାନାର ଆଇଆଇସି ନାରାୟଣ ଲେଙ୍କା । ଅଭିଯୋଗ ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରି ସାକ୍ଷୀ, ପ୍ରମାଣକୁ ଭିତି କରି ଏମାନଙ୍କୁ ଗିରଫ କରାଯାଇଛି ।

ଏମାନେ ହେଲେ ସତ୍ୟପ୍ରିୟ ମହାରାଣା, ବିଜୟ ସ୍ୱାଇଁ, ସୁବାସ ମାଝୀ, ନିକୁଞ୍ଜ ସ୍ୱାଇଁ, ଉତମ ଭୂଜବଳ, ଅଜୟ ବାରିସାଲ, ବିଦ୍ୟାଧର ସ୍ୱାଇଁ ଓ ବ୍ରଜବନ୍ଧୁ ସ୍ୱାଇଁ । ଏଥିସହ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ୍, ୨ଟି ବୁମ୍, ଲାଇଭ ଟେଲିକାଷ୍ଟ ଉପକରଣ, ତାର ବଣ୍ଡଲ ଆଦି ଜବତ କରାଯାଇଛି । ଗତକାଲି ଖବର ସଂଗ୍ରହ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ହୋଇଥିଲା । ଆକ୍ରମଣର ଶିକାର ହୋଇଥିଲେ ନ୍ୟୁଜ୍ ୧୮ ଓ ନ୍ୟୁଜ ସେଭେନର ପ୍ରତିନିଧି ।

ନ୍ୟୁଜ୍ ୧୮ର ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ୍ ଚିତନ ସ୍ୱାଇଁ ଏବଂ ନ୍ୟଜ୍ ୭ର ପ୍ରତିନିଧି ସରୋଜ ଓ ତାଙ୍କ କ୍ୟାମେରାମ୍ୟାନ୍ ଆକ୍ରମଣର ଶିକାର ହୋଇଥିଲେ । ଆକ୍ରମଣକାରୀମାନେ କ୍ୟାମେରା ସହ ଉଭୟଙ୍କ ମୋବାଇଲ ଓ ଲାଇଭ ଭିଜୁଆଲ ପ୍ରସାରଣ ସଂରଞ୍ଜାମକୁ ଭାଙ୍ଗିବା ସହ ଛଡାଇ ନେଇଥିଲେ । ଧରା ପଡିଥିବା ଅଭିଯୁକ୍ତଙ୍କ ବିରୋଧରେ ଆପିସିର ବିଭିନ୍ନ ସଂଗୀନ ଦଫା ଲଗାଇଛି ପୋଲିସ । ଏମାନଙ୍କୁ ଖୁବଶୀଘ୍ର କୋର୍ଟ ଚାଲାଣ କରାଯିବ ।