ପରୀ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଖବର ସଂଗ୍ରହ ବେଳେ ବୈଦ୍ୟୁତିକ ଗଣମାଧ୍ୟମର ସାମ୍ବାଦିକ ଓ କ୍ୟାମେରାମ୍ୟାନଙ୍କୁ ଆକ୍ରମଣ । ପ୍ରତିବାଦରେ ନୟାଗଡ ବଜାର ବନ୍ଦ ।

489

କନକ ବ୍ୟୁରୋ: ପରୀ ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଖବର ସଂଗ୍ରହ ବେଳେ ଯଦୁପୁର ଗାଁରେ ସାମ୍ବାଦିକଙ୍କୁ ଆକ୍ରମଣ । ଆଜି ନୟାଗଡ ଯଦୁପୁରରେ ଖବର ସଂଗ୍ରହ କରିବାକୁ ଯାଇଥିବା କିଛି ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । କିଛି ଲୋକ ଆକ୍ରମଣ କରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ତେବେ ମିଳିଥିବା ସୂଚନା ଅନୁସାରେ ଏକ ଘରୋଇ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଏବଂ କ୍ୟାମେରାମ୍ୟାନ ଉପରେ ହୋଇଥିଲା ଆକ୍ରମଣ । ଏଥିସହ ଏକ ୱେବ ଚ୍ୟାନେଲର ପ୍ରତିନିଧିଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ଖବର ପ୍ରସାରଣରେ ଅସନ୍ତୁଷ୍ଟ ବ୍ୟକ୍ତ କରି କିଛି ଲୋକ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି । କିଛି ସମୟ ପାଇଁ ଘଟଣାସ୍ଥଳରେ ଉତେଜନା ଲାଗିରହିଥିବା ବେଳେ ପୋଲିସ ସେଠାରେ ପହଂଚି ପରିସ୍ଥିତିକୁ ସମ୍ଭାଳି ନେଇଥିଲା ।

ତେବେ ଘଟଣା ଯାହା ଘଟୁଛି ସେ ଅନୁସାରେ ଗଣମାଧ୍ୟମ ଗୁଡିକ ଖବର ପ୍ରସାରଣ କରୁଥିବା ବେଳେ ଏହାକୁ କାହିଁକି ଗ୍ରହଣ କରିପାରୁନାହାନ୍ତି ଲୋକେ ସେନେଇ ମଧ୍ୟ ପ୍ରଶ୍ନ ଉଠିଛି । ବଡ କଥା ହେଲା ଆକ୍ରମଣକାରୀ କିଏ ସେ ଏବଂ ସେମାନେ କାହା ଇଙ୍ଗିତରେ ଏହି ଆକ୍ରମଣ କରିଛନ୍ତି ଏବଂ ଏଥିରେ ବିଜେପିର କର୍ମୀ ସାମିଲ ଅଛନ୍ତି କି ନାହିଁ ସେନେଇ ମଧ୍ୟ ପ୍ରଶ୍ନ ଛିଡା ହୋଇଛି । ପରୀ ପ୍ରସଙ୍ଗରେ ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆରମ୍ଭ ହୋଇଛି ପ୍ରତିବାଦ । ବିଭିନ୍ନ ମହଲରୁ ଘଟଣାକୁ ନିନ୍ଦା କରିବା ସହ ନୟାଗଡ ବଜାର ବନ୍ଦ କରାଯାଇଛି ।