କାଳୀପୂଜା ମଣ୍ଡପରେ ଶୋଭା ପାଇଲା ସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କ କାହାଣୀ । ସେଦିନ 'ଅପରେସନ ଗଜରାଜ' ବେଳେ ଚାଲିଯାଇଥିଲା ଜୀବନ ।

କାଳୀପୂଜା ମଣ୍ଡପରେ ଶୋଭା ପାଇଲା ସାହସୀ ସାମ୍ବାଦିକ ଅରିନ୍ଦମ ଦାସଙ୍କ କାହାଣୀ । ସେଦିନ 'ଅପରେସନ ଗଜରାଜ' ବେଳେ ଚାଲିଯାଇଥିଲା ଜୀବନ ।

କନକ ବ୍ୟୁରୋ: ସେପ୍ଟେମ୍ବର ୨୪ କଥା ଆପଣଙ୍କର ମନେ ଅଛି ତ! ମୁଣ୍ଡଳିରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ ଟିମ ଓ ତାଙ୍କ ସହ ଯାଇଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ଵିୟୋଗ ଘଟଣାକୁ ମାସେରୁ ଅଧିକ ପୂରିଯାଇଛି । ଅରିନ୍ଦମଙ୍କ ଅକାଳ ବିୟୋଗକୁ ନେଇ ସାରା ଓଡ଼ିଶା ସ୍ତବ୍ଧ ହୋଇଯାଇଥିବାବେଳେ ଏବେ ଏହି ଅଘଟଣକୁ ନେଇ କାଳୀ ପୂଜାରେ ଏକ ମେଢ଼ ପ୍ରଦର୍ଶିତ ହୋଇଛି । ବାଲେଶ୍ୱର ସୋରର ବାଗୁଡ଼ି ସ୍କୁଲ ପଡିଆରେ ଆୟୋଜିତ କାଳୀପୂଜାରେ ଅରିନ୍ଦମଙ୍କ ସାମ୍ବାଦିକତାକୁ ସମ୍ମାନ ଦେଇ ମାଟିରେ ଏଭଳି ଏକ କଳାକୃତି ପ୍ରଦର୍ଶନ କରାଯାଇଛି । ମୁଣ୍ଡଳିରେ ଅପରେସନ ଗଜରାଜ ଓ ଏହାପରର ଘଟଣାକୁ ନେଇ କଳାକୃତି ମାଧ୍ୟମରେ ଜୀବନ୍ତ କରାଯିବାକୁ ଚେଷ୍ଟା କରାଯାଇଛି ।

ସୂଚନା ଥାଉ କି ସେପ୍ଟେମ୍ବର ୨୪ ଦିନ ଭୋର ପ୍ରାୟ ୪ଟାରୁ ମୁଣ୍ଡଳି ବ୍ୟାରେଜର ମଝିଆ ମଝି ସ୍ଥାନରେ ଫସି ରହିଥିବା ଏକ ହାତୀକୁ କୂଳ ଆଡକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ଦିନ ପ୍ରାୟ ଗୋଟାଏ ବେଳେ ଏକ ପାୱାର ବୋଟରେ ନଈ ଭିତରକୁ ଓହ୍ଲାଇଥିଲେ ଓଡ୍ରାଫ ଟିମର ୫ ଜଣ ସଦସ୍ୟ ଏବଂ ତାଙ୍କ ସହିତ ଯାଇଥିଲେ ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସ ଓ ଭିଡିଓ ଜର୍ଣ୍ଣାଲିଷ୍ଟ ପ୍ରଭାତ ସିହ୍ନା। ମହାନଦୀର ଅକାତ ପାଣି ଭିତରେ ହାତୀ ପାଖକୁ ପହଞ୍ଚିବାବେଳକୁ ହିଁ ଘଟିଥିଲା ଅଘଟଣ। ପ୍ରଖର ସ୍ରୋତରେ ଭାସିଯାଇ ଓଲଟି ପଡ଼ିଥିଲା ପାୱାର ବୋଟ୍‌। ବ୍ୟାରେଜ ପୋଲ ଉପରୁ ରଶି ଓ ରୋପ୍‌ ଲାଡର୍‌ ଲଗାଇ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ହୁଲି ଡଙ୍ଗାରେ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ।

ଓଡ୍ରାଫ୍‌ର ରୁଦ୍ର ପ୍ରଧାନ ଅପେକ୍ଷାକୃତ ସ୍ବାଭାବିକ ‌ଥିବାବେଳେ ଏଥିରେ ଗୁରୁତର ହୋଇପଡ଼ିଥିବା ସାମ୍ବାଦିକ ଅରିନ୍ଦମ ଦାସ, ପ୍ରଭାତ ସିହ୍ନା, ଓଡ୍ରାଫ୍‌ର ଆନନ୍ଦ ପାଲ, ହରିଶ ନାୟକ, ନିବାରଣ ଦଲେଇଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଅରିନ୍ଦମଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅରିନ୍ଦମଙ୍କ ସହ ଓଡ୍ରାଫ୍‌ ଅଣ୍ଡର ୱାଟର ଡାଇଭର ସୀତାରାମ ମୁର୍ମୁ (୩୫)ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe