ସାମ୍ନାକୁ ଆସୁଛି ସାମ୍ବାଦିକ ମୁଖା ତଳେ ଲୁଚି ରହିଥିବା ନକଲି ଚେହେରା : କଳିଙ୍ଗ ଲାଇଭ ୱେବ ପୋର୍ଟାଲ ବିରୋଧରେ ବଢ଼ି ଚାଲିଛି ଅଭିଯୋଗ

ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କଲେ ନରସିଂହ; ନକଲି ସାମ୍ବାଦିକ ଚିହ୍ନଟ କରିବାକୁ କହିଥିଲେ କୋର୍ଟ

299

କନକ ବ୍ୟୁରୋ : ସାମ୍ବାଦିକତାର ମୁଖା ତଳେ ଲୁଚି ରହିଥିବା ଚେହେରା ଏବେ ସାମ୍ନାକୁ ଆସୁଛି । କେନ୍ଦୁଝରର ବ୍ୟବସାୟୀଙ୍କୁ ମାଡ ମାରିବା ଘଟଣାରେ କଳିଙ୍ଗ ଲାଇଭ ୱେବ ପୋର୍ଟାଲର ୫ ଜଣ କର୍ମଚାରୀଙ୍କୁ ପୁଲିସ ଗିରଫ କରିବା ପରେ, ସେମାନଙ୍କ ବିରୋଧରେ ଅଭିଯୋଗ ବଢିବାରେ ଲାଗିଛି । ବ୍ୟବସାୟୀଙ୍କୁ ଟାର୍ଗେଟ କରିବା ସହ ବ୍ଲାକମେଲିଂ କରି ମୋଟା ଅଙ୍କର ଅର୍ଥ ଆଦାୟ କରୁଥିଲେ । ଏଭଳି ଅମାନବୀୟ କାଣ୍ଡ କରିଥିଲେ ପୋର୍ଟାଲର ସମ୍ପାଦକ, ସାମ୍ବାଦିକ ଓ କର୍ମଚାରୀମାନେ ।

ଏହାରି ଭିତରେ ମାଦ୍ରାସ ହାଇକୋର୍ଟ ନକିଲି ସାମ୍ବାଦିକଙ୍କୁ ଚିହ୍ନଟ କରିବା ପାଇଁ କହିଛନ୍ତି । ତିନି ମାସ ମଧ୍ୟରେ ତାମିଲନାଡୁ ସରକାର ଏକ ପ୍ରେସ୍ କାଉନ୍ସିଲ୍ ଗଠନ କରିବା ମାଡ୍ରାସ ହାଇକୋର୍ଟ କହିଛନ୍ତି । ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଫେକ୍ ନେତା ତିଆରି ବନ୍ଦ ନହେଲେ ଫେକ୍ ସାମ୍ବାଦିକ ତିଆରି ଚାଲିଥିବେ ବୋଲି କହିଛନ୍ତି । ତେବେ ରାଜ୍ୟର ଏହି ଗୋଟିଏ ଘଟଣା ନୁହଁ ଏପରି ଅନେକ କଳଙ୍କିତ ଚରିତ୍ରକୁ ପୋଲିସ ଗିରଫ କରିଥିବା ନଜିର ରହିଛି ।

ଜାଣନ୍ତୁ ଗଣମାଧ୍ୟମକୁ କଳଙ୍କିତ କରିଥିବା କିଛି ଘଟଣା ଉପରେ …

– ୨୬ ଅକ୍ଟୋବର ୨୦୨୦ରେ ଗିରଫ ହୋଇଥିଲେ ‘ଟାଇମ୍ସ ଓଡିଆ’ ୱେବ ପୋର୍ଟାଲର ସାମ୍ବାଦିକ କାହ୍ନୁ ଚରଣ ନାୟକ ଓ ନୃସିଂହ ବେହେରା
– ‘ଆଇଏୱାଇ’ ନ୍ୟୁଜର ସାମ୍ବାଦିକ ବିନାୟକ ବେହେରା ଓ ‘ଭିଜନ୍ ଟିଭି’ର ବିଶ୍ୱ ରଂଜନ ମହାନ୍ତି
– ‘ଅନନ୍ୟା ନ୍ୟୁଜ୍’ର ଲକ୍ଷୀ୍ମକାନ୍ତ ସାହୁ ଓ ଗାଡି ଚାଳକ ବଳରାମ ବେହେରା
– ଜ୍ୟୋତି ଟ୍ରେଡର୍ସ ତେଲ କମ୍ପାନୀ ମାଲିକଙ୍କୁ ବ୍ଲାକମେଲିଂ କରିବା ସହ ବଟି ମାଗିବା ଅଭିଯୋଗରେ ଗିରଫ
– ୬ ଅଗଷ୍ଟ ୨୦୨୧ରେ ଗିରଫ ହୋଇଥିଲେ ୱେବ ସାମ୍ବାଦିକ ଚିତ୍ରସେନ ସାହୁ
– ବଜ୍ରକାପ୍ତା ଚାଲାଣକାରୀଙ୍କ ଅଟୋକୁ ସୁରକ୍ଷା ଦେଇ ବାଟ କଢାଇ ନେଉଥିଲା ଚିତ୍ରସେନ
– ୨୫ ଜାନୁଆରୀ ୨୦୨୧ରେ ‘ଦୁର୍ନୀତି ଲାଇଭ୍’ର ମୁଖ୍ୟ ସୌମ୍ୟ ରଞ୍ଜନ ସାମନ୍ତରାୟ ଗିରଫ
– ମହିଳାଙ୍କ ଫଟୋକୁ ଏଡିଟ୍ କରି ଅଶ୍ଲୀଳ ଭିଡିଓରେ ଯୋଡି ବ୍ଲାକମେଲ କରୁଥିଲା
– ବସ ମାଲିକଙ୍କ ଠାରୁ ଆରମ୍ଭ କରି ନେତା, ଯନ୍ତ୍ରୀ ଓ ଠିକାଦାରଙ୍କୁ ବଟି ମାଗୁଥିଲା
– ୧୬ ଫେବ୍ରୁଆରୀ ୨୦୨୧ରେ ୱେବ ପୋର୍ଟାଲ ସାମ୍ବାଦିକ ସୁନିଲ ସାମନ୍ତରାୟ ଗିରଫ
– ବ୍ରହ୍ମପୁର ଏମକେସିଜିରେ ଆଡମିଶନ କରାଇବା ନାଁରେ ୨୦ ଲକ୍ଷ ଟଙ୍କା ଠକି ନେଇଥିଲା
– ୨୫ ଜୁଲାଇ ୨୦୨୧ରେ ୩ ଜଣ ୱେବ ସାମ୍ବାଦିକଙ୍କୁ ଗିରଫ କରିଥିଲା ଯାଜପୁର ଧର୍ମଶାଳା ପୋଲିସ
– ଜାତୀୟ ରାଜପଥରେ ଗୋରୁ ବୋଝେଇ ଟ୍ରକକୁ ଅଟକାଇ ବଟି ଆଦାୟ କରୁଥିବା