ବିଶ୍ୱକପରୁ ଆଉଟ୍ ହେବା ପରେ ଭାବୁକ ହେଲେ ଇଂଲଣ୍ଡ କ୍ୟାପଟେନ୍ । ନିଜକୁ କହିଲେ ପରାଜୟ ପଛର ଦୋଷୀ । ଫର୍ମକୁ ନେଇ ଚିନ୍ତିତ ଜୋସ୍ ବଟଲର ।
କନକ ବ୍ୟୁରୋ: ଗତଥରର ବିଶ୍ୱକପ୍ ବିଜେତା ଟିମ୍, ଏଥର ଲିଗ୍ ପର୍ଯ୍ୟାୟରୁ ହିଁ ବିଦାୟ ନେଉଛି । ଭାରତରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପରେ ସବୁଠୁ ନିରାଶଜନକ ପ୍ରଦର୍ଶନ କରିଛି ଇଂଲଣ୍ଡ ଟିମ୍ । ତେବେ ଇଂଲଣ୍ଡ ଟିମର ଏପରି ଖରାପ ପ୍ରଦର୍ଶନ ପରେ ନିଜ ମନର ଦୁଃଖ ଜଣାଇଛନ୍ତି ଟିମର କ୍ୟାପଟେନ୍ ଜୋସ୍ ବଟଲର ।

Kanak News is now on WhatsApp
Join and get latest news updates delivered to you via WhatsApp
ବଟଲର ସ୍କାଏ ସ୍ପୋର୍ଟସକୁ କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟକୁ ଆସିବା ପୂର୍ବରୁ ମୋ ନିଜ ଫର୍ମକୁ ନେଇ ଚିନ୍ତାରେ ଥିଲି । ମୁଁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ରହିଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିପାରିନଥିଲି । ଯାହାକି ଦଳକୁ କ୍ଷତିରେ ରଖିଥିଲା । ଆମେ ଆମ ସମର୍ଥକଙ୍କୁ ନିରାଶ କରିଛୁ ବୋଲି କହିଛନ୍ତି ଇଂଲଣ୍ଡ ଟିମର କ୍ୟାପଟେନ୍ ଜୋସ୍ ବଟଲର ।
ଖାଲି ସେତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଶ୍ଚିତ ଭାବେ ଆମ ଟିମ୍ ନିରାଶଜନକ ପ୍ରଦର୍ଶନ କରିଛି । ତେବେ ଯେତେବେଳେ ଟିମ ଖରାପ ପ୍ରଦର୍ଶନ କରେ, ସେତେବେଳେ ସବୁକିଛି ଠିକ୍ କରିବାକୁ ସମୟ ଲାଗିଥାଏ । ଆଉ ଆମେ ନିଶ୍ଚିତ ଭାବେ କଠିନ ପରିଶ୍ରମ କରିବୁ ବୋଲି କହିଛନ୍ତି ଜୋସ୍ ବଟଲର ।
ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ହାରିବା ପରେ ବିଶ୍ୱକପ୍ ସେମିଫାଇନାଲ ରେସରୁ ଆଉଟ୍ ହେଇଯାଇଛି ଇଂଲଣ୍ଡ । ଏବେ ଇଂଲଣ୍ଡ ଟିମ ପଏଣ୍ଟ ଟେବୁଲର ସବୁଠୁ ଶେଷରେ ରହିଥିବାବେଳେ, ମାତ୍ର ଗୋଟିଏ ମ୍ୟାଚ୍ ଜିତିପାରିଛି ।