କରୋନା କଟକଣାରେ ଆଜିଠୁ ଆରମ୍ଭ ହେଲା ଯୋରନ୍ଦା ମେଳା : ଆନ୍ତଃଜିଲ୍ଲା ସାଧୁସନ୍ଥଙ୍କୁ ମେଳା ବାରଣ

ନେଗେଟିଭ ରିପୋର୍ଟ ସହ ପରିଚାଳନା କମିଟି ସଦସ୍ୟଙ୍କୁ ପ୍ରବେଶ ଅନୁମତି

202

କନକ ବ୍ୟୁରୋ : କରୋନା କଟକଣାରେ ଆଜି ଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା । ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମେଳା । କୋଭିଡ ନିୟମ କଟକଣା ଯୋଗୁଁ ଆନ୍ତଜିଲ୍ଲା ତଥା ଆନ୍ତ ରାଜ୍ୟ ସାଧସନ୍ଥମାନଙ୍କୁ ମେଳା ବାରଣ କରାଯାଇଛି । ସେହିପରି ଜନସାଧାରଣ ଶ୍ରଦ୍ଧାଳୁ ଭକ୍ତଙ୍କର ସମାଗମ ଉପରେ ରୋକ ଲଗାଇଛି ଜିଲ୍ଲା ପ୍ରଶାସନ । କେବଳ ସ୍ଥାନୀୟ ସାଧୁ ଓ ପରିଚାଳା କମିଟି ସଦସ୍ୟଙ୍କ କୋଭିଡ ନେଗେଟିଭ ରିପୋର୍ଟ ସହ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଛି । ମାତ୍ର ୫୦ ଜଣଙ୍କୁ ୧୦ ମିନିଟ ପାଇଁ ଗାଦି ମନ୍ଦିର ଭିତରେ ରହିପାରିବେ । ସାମାଜିକ ଦୂରତା ସହିତ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି ।

କରୋନା ପାଇଁ ଗାଦି ମନ୍ଦିର ନେଇ ମେଳା ପଡ଼ିଆ ପର୍ଯ୍ୟନ୍ତ ସବୁଠି ଖାଁ ଖାଁ ପରିବେଶ ଦେଖିବାକୁ ମିଳିଛି । ଭିଡ଼କୁ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ସାତ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଛି । ୩ ଦିନ ଧରି ପାଳିତ ହେବାକୁ ଥିବା ଯୋରନ୍ଦା ମେଳାର ଆଜି ମାଘ ଚତୁର୍ଦ୍ଦଶୀର ସଂଧ୍ୟାରେ ଝାଡ଼ବତୀ ଜଳିବ । ବିଶ୍ୱ କଲ୍ୟାଣ ନିମନ୍ତେ ମହଣ ମହଣ ଘିଅରେ ଝାଡବତୀ ଜାଳିବେ ମହିମା ସାଧୁସନ୍ଥ । ତେବେ ଯୋରନ୍ଦା ମହିମାଗାଦୀରେ ଅଳ୍ପ ସଂଖ୍ୟକ ସ୍ଥାନୀୟ ଭକ୍ତ କୋଭିଡ ନେଗେଟିଭ ରିପୋର୍ଟ ସହ ମେଳାରେ ଯୋଗ ଦେଇଛନ୍ତି ।