ଆଇପିଏଲ ଆରମ୍ଭ ପୂର୍ବରୁ ପଞ୍ଜାବକୁ ବଡ ଝଟକା । ବୋର୍ଡ ଦେଉନି ଏନଓସି, ପୂରା ସିଜିନରୁ ବାଦ୍ ପଡିପାରନ୍ତି ଷ୍ଟାର ପ୍ଲେୟାର!

650

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ୩୧ରୁ ଆଇପିଏଲର ୧୬ ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହି ମହାସମର ପାଇଁ ପ୍ରତିଟି ଫ୍ରାଞ୍ଚାଇଜ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ପଞ୍ଜାବ ଟିମକୁ ବଡ ଝଟକା ଲାଗିଛି । କାରଣ ଯେଉଁ ଷ୍ଟାର ପ୍ଲେୟାରକୁ ଦଳ କୋଟି କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଥିଲା, ସେହି ପ୍ଲେୟାରଙ୍କୁ ପୂରା ସିଜିନରେ ଦେଖିବାକୁ ମିଳିନପାରେ । କାରଣ ବୋର୍ଡ ପକ୍ଷରୁ ଏନଓସି ଆଣିବାରେ ବିଫଳ ହୋଇଛନ୍ତି ପଞ୍ଜାବର ଏହି ଷ୍ଟାର ଖେଳାଳୀ ।

ପାଦରେ ଆଘାତ କାରଣରୁ ଇଂଲଣ୍ଡର ବିସ୍ଫୋରକ ବ୍ୟାଟର ଜନି ବେୟାରଷ୍ଟୋଙ୍କୁ ବୋର୍ଡ ପକ୍ଷରୁ ଏନଓସି ମିଳି ପାରୁନାହିଁ । ଫଳରେ ଚଳିତ ଆଇପିଏଲର ପୂରା ସିଜିନରୁ ବାଦ୍ ପଡିପାରନ୍ତି ବେୟାରଷ୍ଟୋ । ତେବେ ଲିଆମ ଲିଭିଙ୍ଗଷ୍ଟୋନଙ୍କୁ ଆଇପିଏଲରେ ଖେଳିବାକୁ ସବୁଜ ସଂକେତ ମିଳିଛି । ଲିଭିଙ୍ଗଷ୍ଟୋନ ମଧ୍ୟ ଆହତ ହୋଇଥିବା ବେଳେ ଏବେ ସୁସ୍ଥ ହୋଇ ମୈଦାନକୁ ଫେରୁଛନ୍ତି ।

ପଞ୍ଜାବ କିଙ୍ଗସ ଆଇପିଏଲ ନିଲାମୀ ବେଳେ ଜନି ବେୟାରଷ୍ଟୋଙ୍କୁ ୬.୭୫ କୋଟି ଟଙ୍କାରେ କିଣିଥିଲା । କିନ୍ତୁ ବେୟାରଷ୍ଟୋଙ୍କୁ ଏନଓସି ନ ମିଳିବା କାରଣରୁ ପୂରା ସିଜିନରୁ ବାଦ୍ ପଡିପାରନ୍ତି । ତେବେ ଲିଭିଙ୍ଗଷ୍ଟୋନ ଟିମକୁ ଫେରିବା ପଞ୍ଜାବ ପାଇଁ ଆଶ୍ୱସ୍ତି ଆଣି ଦେଇଛି ।