କନକ ବ୍ୟୁରୋ: ବୈଦିକ୍ ଇଣ୍ଟରନେସନାଲ ସ୍କୁଲ, ପାଵପାଲି, ଶାସନ,ସମ୍ବଲପୁର ଓ ରୋହିତ ଶର୍ମାଙ୍କ କ୍ରିକକିଙ୍ଗଡମ କ୍ରିକେଟ ଏକାଡେମୀର ମିଳିତ ଆନୁକୁଲ୍ୟରେ ସମ୍ବଲପୁର ଭି.ଏସ.ଏସ ଷ୍ଟାଡିୟମରେ ବହୁ ପ୍ରତିକ୍ଷିତ କ୍ରିକେଟ ଶିବିର ଆରମ୍ଭ ହୋଇଯାଇଛି । ତିନିଦିନ ପର୍ଯ୍ୟନ୍ତ ହେବାକୁ ଥିବା ଏହି କ୍ରିକେଟ ଶିବିରରେ ଅଷ୍ଟ୍ରେଲିଆ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ତଥା ଶ୍ରୀଲଙ୍କା ବିଶ୍ୱକପ ବିଜେତା ଦଳର ମୁଖ୍ୟ କୋଚ ଡେଭ୍ ୱାଟମୋର ପ୍ରଶିକ୍ଷଣ ଦେବାପାଇଁ ସମ୍ବଲପୁରକୁ ଆସିଥିଲେ ।
ଏପରିକି ଡେଭ୍ ୱାଟମୋରଙ୍କ ତତ୍ୱାବଧାନରେ ପ୍ରଥମ ଦିନର ଶିବିର ଅତି ଆଡମ୍ବରର ସହ ଆରମ୍ଭ ହୋଇଥିଲା । ଏହି କ୍ରିକେଟ ଶିବିରରେ ସମ୍ବଲପୁର ତଥା ସମଗ୍ର ପଶ୍ଚିମ ଓଡିଶାରୁ ୭୦ରୁ ଅଧିକ କ୍ରିକେଟ ଖେଳାଳି ଓ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ଏହି କ୍ରିକେଟ୍ ଶିବିର ସମଗ୍ର ପଶ୍ଚିମ ଓଡ଼ିଶାର କ୍ରିକେଟ୍ ସମ୍ବନ୍ଧୀୟ ଶିକ୍ଷାର ମାନ ବୃଦ୍ଧି କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଉଜ୍ଜଳ ପ୍ରତିଭାବାନ୍ ଖେଳାଳି ମାନଙ୍କ ପାଇଁ ଏକ ପ୍ଲାଟ୍ ଫର୍ମ ଯୋଗାଇ ପାରିବ ବୋଲି ବୈଦିକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ଚେୟାରମ୍ୟାନ ଆନନ୍ଦ ଅଗ୍ରୱାଲ ପରିପ୍ରକାଶ କରିଛନ୍ତି । ଏହାସ ଏପରି କ୍ରିଡ଼ା ସମ୍ବନ୍ଧୀୟ ଶିବିର ଦେଖି ସେ ଖୁସିବ୍ୟକ୍ତ କରିବା ସହ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/WhatsApp-Image-2024-04-12-at-4.14.04-PM.jpeg)
/kanak/media/post_attachments/wp-content/uploads/2024/04/WhatsApp-Image-2024-04-12-at-4.14.02-PM-1024x682.jpeg)