କନକ ବ୍ୟୁରୋ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ ଓ ଚୀନ୍ ରାଷ୍ଟ୍ରପତି ସି. ଜିନପିଙ୍ଗଙ୍କୁ ଭେଟିଲେ ମୋଦି । ଉଭୟ ନେତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ବିଶେଷକରି ବାଣିଜ୍ୟ ଓ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ତିନି ଦେଶକୁ ଆରଆଇସି ଗ୍ରୁପ୍ ବୋଲି କୁହାଯାଉଛି । ଏହା ପୂର୍ବରୁ ଆଜି ଟ୍ରମ୍ପଙ୍କୁ ଭେଟିଥିଲେ ମୋଦି । ମୋଦିଙ୍କୁ ପ୍ରଶଂସା କରିଛନ୍ତି ଟ୍ରମ୍ପ । କହିଛନ୍ତି, ଭାରତରେ ମୋଦି ଭଲ କାମ କରୁଛନ୍ତି ।

Advertisment

publive-image

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ, ଆମେରିକା ଏବଂ ଜାପାନ ବିଶ୍ୱର ତିନିଟି ପ୍ରମୁଖ ଦେଶ । ସବକା ସାଥ୍ ସବକା ବିକାଶ, ହେଉଛି ଭାରତର ମୂଳମନ୍ତ୍ର । ଦ୍ୱିତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏହି ଦୁଇ ବିଶ୍ୱସ୍ତରୀୟ ନେତା । ବିଶେଷ କରି ଟିକସ, ପ୍ରତିରକ୍ଷା, ଫାଇଭ୍-ଜି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ନେତା ଆଲୋଚନା କରିଛନ୍ତି । ଆଲୋଚନାରେ ଇରାନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି ।

publive-image

ଅନ୍ୟପଟେ, ଜାପାନର ଓସାକାରୁ ଆତଙ୍କବାଦ ବିରୋଧରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜି-୨୦ ସମ୍ମିଳନୀ ଅବସରରେ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ଜୋରଦାର ବର୍ଷିଛନ୍ତି ମୋଦି । କହିଛନ୍ତି ଆତଙ୍କବାଦ ବିଶ୍ୱ ପାଇଁ ବିପଦ । ତେଣୁ ବିଶ୍ୱକୁ ଆତଙ୍କବାଦ ମୁକ୍ତ କରିବାକୁ ହେବ । ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶର ବାଟକୁ ବନ୍ଦ୍ କରିବାକୁ ପଡିବ । ଏହି ବୈଠକରେ ଭାରତ, ଋଷ, ଚୀନ, ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲର ପ୍ରତିନିଧି ଉପସ୍ଥିତ ରହିଥିଲେ ।