ଓଡିଶା ଉପକୂଳରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ । ପାରାଦୀପ ସମୁଦ୍ରରେ ମିଳିତ ସମରାଭ୍ୟାସ ‘ସାଗର କବଚ-୧’ ।

96

କନକ ବ୍ୟୁରୋ: ଓଡିଶା ଉପକୂଳରେ ଆରମ୍ଭ ହେଲା ମିଳିତ ସମରାଭ୍ୟାସ । ପାରାଦୀପ ସମୁଦ୍ରରେ ମିଳିତ ସମରାଭ୍ୟାସ ‘ସାଗର କବଚ-୧’ । ଜଳପଥ ଦେଇ ଆସୁଥିବା ବାହ୍ୟ ଶତ୍ରୁକୁ ପ୍ରତିହତ କରିବା ପାଇଁ ଏହି ସମରାଭ୍ୟାସ କରାଯାଉଛି । ଓଡ଼ିଶା ପୋଲିସ, କୋଷ୍ଟ ଗାର୍ଡ, ନୌସେନା, ବନ ବିଭାଗ, ମତ୍ସ୍ୟବିଭାଗ ଓ ଗୁଇନ୍ଦା ବିଭାଗ ପରି ଏକାଧିକ ବିଭାଗ ଏହି ସମରାଭ୍ୟାସରେ ସାମିଲ ହୋଇଛନ୍ତି । ଉପକୂଳ ଓ ଜଳପଥ ସୀମାରେ କଡା ପହରା ଦିଆଯାଇଛି । ୨୬/୧୧ ଆକ୍ରମଣ ପରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପକୂଳ ସୁରକ୍ଷା ପାଇଁ ପ୍ରତିବର୍ଷ ଏହି ସମରାଭ୍ୟାସ କରାଯାଉଛି ।