କନକ ବ୍ୟୁରୋ: ନିର୍ବାଚନକୁ ଅବାଧ ଓ ଭୟମୁକ୍ତ କରିବା ସହିତ ଭୋଟରଙ୍କ ମଧ୍ୟରେ ସଚେତନ କରିବା ଲକ୍ଷ୍ୟ ନେଇ ପାଇଁପୋଲିସ ଓ ସିଆରପିଏଫର ମିଳିତ ଫ୍ଲାଗମାର୍ଚ୍ଚ । ନବରଙ୍ଗପୁର ପୋଲିସ ବାହିନୀ ଓ ସିଆରପିଏଫ ଯବାନଙ୍କ ତରଫରୁ ନବରଙ୍ଗପୁର ସହର ମଧ୍ୟରେ ମିଳିତ ଫ୍ଲାଗମାର୍ଚ୍ଚ ହୋଇଯାଇଛି ।
ସହରର ମଙ୍ଗଳମ ଟିମ୍ବର୍ସ ଛକ ଠାରୁଏହି ଫ୍ଲାଗମାର୍ଚ୍ଚ ଆରମ୍ଭ ହୋଇ ସହର ମଧ୍ୟ ଦେଇ ମାଝୀଗୁଡା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଏସ୍ପି ରୋହିତ ବର୍ମା ଓ ସିଆରପିଏଫ କମାଣ୍ଡେଟ ଏନ କେକେ ପ୍ରସାଦଙ୍କ ପ୍ରତ୍ୟକ୍ଷତ୍ୱାବଧାନରେ ଏହି ଫ୍ଲାଗମାର୍ଚ୍ଚ କରାଯାଇଛି ।