କନକ ବ୍ୟୁରୋ: ଗୋଟେ ପଟେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଙ୍ଗଠନ ଖାରଜ କରିଥିବା ବେଳେ ଅନ୍ୟପଟେ ଚାଷୀ ଆନ୍ଦୋଳନ ନେଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ମିଳିତ ବିରୋଧୀ । କଂଗ୍ରେସ, ଏନସିପି, ସିପିଆଇ, ସିପିଆଇଏମ ସହ ବିରୋଧୀ ରାଜନୈତିକ ଦଳର ଏକ ପ୍ରତିନିଧି ଧଳ ରାଷ୍ଟ୍ରପତିଙ୍କୁ ଭେଟିଛି । ରାଷ୍ଟ୍ରପତିଙ୍କୁ ଭେଟି ରାହୁଲ ଗାନ୍ଧୀ, ଶରଦ ପାୱାରା, ସାତାରାମ ୟେଚୁରୀ କୁୃଷି ଆଇନ୍ ହଟାଇନେବାକୁ ଦାବି କରିଛନ୍ତି ।
ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି ସରକାରଙ୍କ ଉପରୁ ଭରସା ହରାଇଛନ୍ତି ଚାଷୀ । ଖୁବଶୀଘ୍ର କୃଷି ଆଇନ ପ୍ରତ୍ୟାହାର କରାଯାଉ । ପିଏମ କର୍ପୋରେଟ ବନ୍ଧୁଙ୍କୁ ଖୁସି କରାଇବାକୁ ଏ ସବୁ କରାନଯାଉ । ମୋଦି କହୁଛନ୍ତି ଏ ଆଇନ ଚାଷୀଙ୍କ ହିତ ପାଇଁ , ଯଦି ହିତ ପାଇଁ କରାଯାଇଛି ତେବେ ଆଜି ଚାଷୀ କଣ ପାଇଁ ରାସ୍ତାକୁ ଓହ୍ଲାଇଛି ।
We have given a memorandum to the President. We are asking to repeal agriculture laws and electricity amendment bill that were passed in anti-democratic manner without proper discussions and consultations: Sitaram Yechury, CPI-M https://t.co/j7dwrs2Y72 pic.twitter.com/jXj2Whyyu3
— ANI (@ANI) December 9, 2020
ସେପଟେ ସରକାରଙ୍କ ପ୍ରସ୍ତାବକୁ ଚାଷୀ ସଙ୍ଗଠନ ଖାରଜ କରିବା ପରେ ପୁଣି ଆସନ୍ତା ୧୪ ତାରିଖ ଦିନ ଦେଶବ୍ୟାପୀ ଆନ୍ଦୋଳନ କରିବାକୁ ଡାକରା ଦେଇଛନ୍ତିା ସାରା ଦେଶରେ ଡିସେମ୍ବର ୧୪ରେ ପୁଣି ପ୍ରତିବାଦ କରିବାକୁ ଚାଷୀ ଚେତାବନୀ ଦେଇଛନ୍ତି ।