କନକ ବ୍ୟୁରୋ: ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର । ଆଉ କିଛି ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରହିଛି ।
ସମସ୍ତଙ୍କୁ ଚକମା ଦେଇ ଅମାପ ସମ୍ପତ୍ତି ଠୁଳ କରିଥିଲେ ରାମଚନ୍ଦ୍ର । ନିଜ ନାଁରେ ସମ୍ପତ୍ତି କରିବା ସହ ନିଜ ପତ୍ନୀ , ଭାଇ ଓ ପରିବାର ଲୋକଙ୍କ ନାଁରେ ଅମାପ ସମ୍ପତ୍ତି ରଖିଥିବା ଜଣାପଡିଥିଲା । ସୋମବାର ତାଙ୍କର ଅଫିସ ସହ ଅନ୍ୟ ୧୦ଟି ସ୍ଥାନରେ ଅତର୍କିତ ଚଢାଉ ହୋଇଥିଲା । ଏହି କ୍ର୍ରମରେ ଭିଜିଲାନ୍ସ ଟିମକୁ ଏବେ ସୁଦ୍ଧା ୨ କୋଟିରୁ ଉଦ୍ଧ୍ୱର୍ ମୂଲ୍ୟର ସମ୍ପତ୍ତି ମିଳିଛି । ଏହାସହ ଭିଜିଲାନ୍ସକୁ ମିଳିଛି ବିଭିନ୍ନ ସ୍ଥାନରେ ଥିବା ୫୨ଟି ପ୍ଲଟ, ଫାର୍ମ ହାଉସ୍ ସହ ରାଇସ୍ ମିଲର ଠିିକଣା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/Screen-Shot-2024-07-30-at-10.15.56-AM.png)