ପୁରୀରେ କୋଭିଡକୁ ମାତ୍ ଦେଇଥିବା ଯୋଦ୍ଧାମାନଙ୍କ ଯୋଗ : ବ୍ଲୁ ଫ୍ଲାଗ ବିଚରେ ଯୋଗ କଲେ କୋଭିଡକୁ ହରାଇଥିବା ଯୋଦ୍ଧା ; ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ହୋଇଛି ନିଆରା କାର୍ଯ୍ୟକ୍ରମ

55

କନକ ବ୍ୟୁରୋ : କୋଭିଡକୁ ପରାସ୍ତ କରି ସୁସ୍ଥ ହୋଇଥିବା ଯୋଦ୍ଧାମାନେ କରୁଛନ୍ତି ଯୋଗ । ସାମୁହିକ ଭାବରେ ପୁରୀ ବ୍ଲୁଫ୍ଲାଗ ବିଚରେ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଛି ଜିଲ୍ଲା ପ୍ରଶାସନ ।

ଅନ୍ୟ ଆକ୍ରାନ୍ତଙ୍କୁ ସାହାସ ଯୋଗାଇବା ସହ ଯୋଦ୍ଧଙ୍କ ମନୋବଳ ବଢ଼ାଇବା ଲକ୍ଷ୍ୟରେ ଏହି ଆୟୋଜନ କରାଯାଇଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେବାୟତ , ସରକାରୀ କର୍ମଚାରୀ ଓ ବିଭିନ୍ନ ବର୍ଗଗର ବ୍ୟକ୍ତି ବିଶେଷ ଏଥିରେ ସାମିଲ ହୋଇଛନ୍ତି ।