କନକ ବ୍ୟୁରୋ : ଜାତୀୟ ଦଳରେ ଜରି ଗୋଟାଳିଙ୍କ ପୁଅ । କେନ୍ଦ୍ରାପଡ଼ା ଜିଲ୍ଲା ରଣପଡାର ମହମ୍ମଦ ରଜା । ୨୧ ବର୍ଷରୁ କମ୍ ଭାରତୀୟ ଦଳରେ ସ୍ଥାନ ପାଇ ଓଡ଼ିଶା ପାଇଁ ରଜା ଗର୍ବ ଆଣିଛନ୍ତି । ବଡ଼ କଥା ହେଉଛି ରଜାଙ୍କ ବାପା ଜଣେ କବାଡ଼ି ବାଲା । କାମ ହେଉଛି, ରାସ୍ତାରେ ପଡ଼ିଥିବା ଜରିକୁ ସଂଗ୍ରହ କରିବା ଓ ଭଙ୍ଗା ଲୁହା ଗୋଟାଇବ ।

Advertisment

ଏଥିରୁ ଯାହା ରୋଜଗାର କରନ୍ତି, ସେଥିରେ ତାଙ୍କ ପରିବାର ଚଳେ । କିନ୍ତୁ ତାଙ୍କ ପୁଅ ଆଜି ସର୍ବଭାରତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି । ନିକଟରେ ବାହାରିନ ଠାରେ ଅନୁଷ୍ଠିତ ୨୧ ବର୍ଷରୁ କମ୍ ଭଲିବଲ ଚାମ୍ପିୟନସିପରେ ଖେଳିବାର ଗୌରବ ଅର୍ଜନ କରିଛନ୍ତ ରଜା । ପୁଅ ଖେଳି ଭୁବନେଶ୍ୱର ଫେରିଥିବା ବେଳେ ଅର୍ଥ ନଥିବାରୁ ପୁଅକୁ ଆଣିବାକୁ ଯାଇନାହାନ୍ତି । କିନ୍ତୁ ରଜା ଦେଶ ପାଇଁ ଖେଳି ଗୌରବ ଆଣିଥିବାରୁ ବହୁତ ଖୁସି ହୋଇଛନ୍ତି ବାପା ସେକ୍ କବୀର ।