ଶକ୍ତି ବଢାଉଛି ବିଜେଡି ! ଦଳରେ ମିଶିଲେ ବରପାଲି ଏନଏସି ଅଧ୍ୟକ୍ଷା,ଉପାଧ୍ୟକ୍ଷ ଓ ୬ କଂଗ୍ରେସ କାଉନସିଲର, ନବୀନ କହିଲେ, ଅନ୍ୟ ଦଳ ଭାଙ୍ଗିବାକୁ ଚେଷ୍ଟା କରୁନି ବିଜେଡି

28

କନକ ବ୍ୟୁରୋ: ବିଜେପୁର ପାଇଁ ବିଜେଡିର ରଣନୀତି । ଆଜି ବିଜେଡିରେ ଯୋଗଦେଇଛନ୍ତି ବରପାଲି ଏନଏସି ଅଧ୍ୟକ୍ଷା ମୀନା ସେଠ୍, ଉପାଧ୍ୟକ୍ଷ ପ୍ରଦ୍ୟୁମ୍ନ ତ୍ରିପାଠୀ ଓ ୬ କଂଗ୍ରେସ କାଉନସିଲର ।

ବିଜେଡିର ବରିଷ୍ଠ ନେତାଙ୍କ ଗହଣ ନବୀନ ନିବାସ ଆସି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମାନେ ବିଜେଡିରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବ ପରେ ବିଜେଡି ସୁପ୍ରିମୋ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ସମସ୍ତଙ୍କୁ ଦଳକୁ ସ୍ୱାଗତ । କାଉନସିଲରଙ୍କ ଯୋଗଦାନ ଦଳକୁ ଅଧିକ ମଜଭୁତ କରିବ । ମିଶ୍ରଣ ପର୍ବ ପରେ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ଗଣତନ୍ତ୍ରରେ ବିଶ୍ୱାସ କରେ । ସମସ୍ତେ ନିଜ ଇଚ୍ଛାରେ ବିଜେଡିରେ ମିଶିଛନ୍ତି ।