କନକ ବ୍ୟୁରୋ: ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିବା ପରେ ମୁହଁ ଖୋଲିଲେ ମମତା ମହନ୍ତ । କାଲି ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲି । କାରଣ ବିଜେଡି ମୋର ଆବଶ୍ୟକତା ଦଳରେ ମନେ କରୁନଥିବାରୁ ମୁଁ ଦଳ ଛାଡ଼ିଲି । ବିଜେପିରେ ସାମିଲ ହେବାର କାରଣ ଯେ, କୁଡମୀ ସମାଜ ପାଇଁ ଅଧିକ କାମ କରିବାକୁ ଚାହୁଁଛି । ପ୍ରଧାନମନ୍ତ୍ରୀଙ୍କ ବିଚାରାଧାରାରେ ଅନୁପ୍ରଣିତ ମଧ୍ୟ ହୋଇ ବିଜେପିରେ ସାମିଲ ହୋଇଛି, ଆଜି ମୋତେ ଦଳରେ ସାମିଲ କରିଥିବା ବିଜେପି ଅଧ୍ୟକ୍ଷ, ଗୃହମନ୍ତ୍ରୀ, ଓଡ଼ିଶା ବିଜେପି ପ୍ରଭାରୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଧନ୍ୟବାଦ ଜଣାଉଛି ।

Advertisment

ବିଜେପିରେ ଯୋଗଦେଲେ ମମତା ମହନ୍ତ । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ହେଲେ ସାମିଲ । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା । ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା । କହିଲେ, କାଲି ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲି । ମୋତେ ବିଜେଡି ସୁଯୋଗ ଦେଇଥିବାରୁ କୃତଜ୍ଞ । ଲୋକଙ୍କ ସେବା ଓ ଜନକଲ୍ୟାଣ କରିବା ମୋର ଲକ୍ଷ୍ୟ । ମାତ୍ର ବିଜେଡି ମୋର ଆବଶ୍ୟକତା ମନେକରୁନି । କୁଡମୀ ସମାଜ ପାଇଁ ଅଧିକ କାମ କରିବାକୁ ଚାହୁଁଛି । ତେଣୁ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଲି ।