ବିଜେଡି ଛାଡି ବିଜେପିରେ ହୋଇଥିଲେ ସାମିଲ: ସମସ୍ତଙ୍କୁ ବିଧାନସଭା ଟିକେଟ ଦେଲା ବିଜେପି

4,649

କନକ ବ୍ୟୁରୋ: ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ନିର୍ବାଚନ ପୂର୍ବରୁ ନେତାମାନଙ୍କର ଦଳ ଡିଆଁ ବି ଚାଲିଛି । ଅନେକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲା ବେଳେ ବିଜେପି ନେତା ବି ଦଳ ଛାଡି ବିଜେଡିରେ ସାମିଲ ହୋଇଛନ୍ତି । ହେଲେ ସବୁଠାରୁ ବଡ କଥା ହେଉଛି ଗତ କିଛିଦିନ ହେବ ଅଧିକ ନେତା ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ । ଯେଉଁମାନଙ୍କୁ ଭରସା କରିଛି ବିଜେପି । ଆଉ ବିଧାନସଭା ନିର୍ବାଚନ ପାଇଁ ଟିକେଟ ଦେଇଛି ।

ସେହି ନେତାମାନଙ୍କ ମଧ୍ୟରେ ରହିଛନ୍ତି ଅରବିନ୍ଦ ଢାଲି, ଆକାଶ ଦାସନାୟକ, ରାଜେନ୍ଦ୍ର ଦାସ, ସିଦ୍ଧାନ୍ତ ମହାପାତ୍ର, ପ୍ରିୟଦର୍ଶୀ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ରଘୁରାମ ମାଛ ଓ ତ୍ରିନାଥ ଗମାଙ୍ଗ । ବିଜେଡିରେ କିଏ ବିଧାୟକ, କିଏ ସାଂସଦ ରହିଥିବା ଏହି ପ୍ରାର୍ଥୀମାନେ ଦଳଠାରୁ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ । ଆଉ ସମସ୍ତେ ବିଜେପିରେ ମିଶିଥିଲେ । ତେବେ ବିଜେପି ତାଙ୍କୁ ଭରସା କରି ଟିକେଟ ପ୍ରଦାନ କରିଛି । ଦେଖିବା ବାକି ରହିଲା ଏମାନେ ବିଜେପିର ବିଶ୍ୱାସ ଜିତିବାରେ କେତେ ସଫଳ ହେଉଛନ୍ତି ।

ବିଜେଡିରୁ ଆସିଥିବା ୮ ନେତାଙ୍କୁ ବିଜେପି ଟିକେଟ
ଅରବିନ୍ଦ ଢ଼ାଲି – ଜୟଦେବ
ଆକାଶ ଦାସ ନାୟକ – କୋରେଇ
ରାଜେନ୍ଦ୍ର ଦାସ – ସୋର
ସିଦ୍ଧାନ୍ତ ମହାପାତ୍ର – ଦିଗପହଣ୍ଡି
ପ୍ରିୟଦର୍ଶୀ ମିଶ୍ର – ଉତ୍ତର ଭୁବନେଶ୍ଵର
ପୂର୍ଣ୍ଣଚନ୍ଦ୍ର ସେଠୀ – ଖଲ୍ଲିକୋଟ
ରଘୁରାମ ମାଛ – କୋରାପୁଟ
ତ୍ରିନାଥ ଗମାଙ୍ଗ – ଗୁଣୁପୁର