ସୋସିଆଲ ମିଡିଆରେ ବିଜେପିକୁ ମାତ ଦେବା ପାଇଁ କଂଗ୍ରେସର ରଣନୀତି : ଆରମ୍ଭ ହେଲା ‘ଜଏନ କଂଗ୍ରେସ ସୋସିଆଲ ମିଡିଆ’ କ୍ୟାମ୍ପେନ

ସାରା ଦେଶରେ ପ୍ରସ୍ତୁତ ହେଉଛନ୍ତି ଯୋଦ୍ଧା; ରାଜ୍ୟ ସମ୍ମୁଖର ଶୁଭାରମ୍ଭ କଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ

116

କନକ ବ୍ୟୁରୋ : ସୋସିଆଲ ମିଡିଆରେ ବିଜେପିକୁ ମାତ ଦେବା ପାଇଁ କଂଗ୍ରେସର ରଣନୀତି । ଆରମ୍ଭ ହେଲା ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ । ସାରା ଦେଶରେ ସୋସିଆଲ ମିଡିଆ ଯୋଦ୍ଧା ପ୍ରସ୍ତୁତ କରିବ କଂଗ୍ରେସ । ସୋସିଆଲ ମିଡିଆରେ ଲୋକଙ୍କ ମତାମତ ଓ ସୋସିଆଲ ମିଡିଆରେ ଲୋକପ୍ରିୟତା ଦେଖି ଏହି ଜଏନ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ ଆରମ୍ଭ କରାଯାଇଛି । ଶୁଭାରମ୍ଭ କଲେ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ୨୧ଟି ସଂସଦୀୟ କ୍ଷେତ୍ରରେ ୨୧ ହଜାର ସ୍ୱେଚ୍ଚାସେବୀ ନିୟୋଜିତ ହେବେ । ସୋସିଆଲ ମିଡିଆ ଜରିଆରେ ଲୋକଙ୍କ ପାଖରେ ପହଚିଂବେ ବୋଲି କହିଛନ୍ତି ନିରଂଜନ ପଟ୍ଟନାୟକ ।