ମହାମାରୀ ଭିତରେ ପୁଣି ଫେରିଲା ବେବି ପାଉଡର ମାମଲା । ଜନସନ ଆଣ୍ଡ ଜନସନ ବେବି ପ୍ରଡକ୍ଟରେ ମିଳିଲା କ୍ୟାନସର ଭଳି ଘାତକ ତତ୍ତ୍ୱ । ଅଭିଯୋଗ ପରେ ବଜାରରୁ ଜିନିଷ ଫେରାଇଲା କଂପାନୀ

ମାମଲାର ସମାଧାନ ପାଇଁ କ୍ଷତିପୂରଣ ଦେବାକୁ ଜନସନ କଂପାନୀର ନିଷ୍ପତି

297

କନକ ବ୍ୟୁରୋ: କରୋନା ମହାମାରୀକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ବେବି ପାଉଡରକୁ ନେଇ ଆସିଛି ସାଂଘାତିକ ଖବର । କୋଭିଡ-୧୯ ସଂକଟ ମଧ୍ୟରେ ପୁଣି ଥରେ ଫେରିଛି ଜନସନ ଆଣ୍ଡ ଜନସନ କଂପାନୀର ବେବି ପାଉଡର ମାମଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମଗ୍ର ବିଶ୍ୱରେ ତଥା ବେବି କେୟାର ମାର୍କେଟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଜନସନ ଆଣ୍ଡ ଜନସନ ବେବି କଂପାନୀର ପ୍ରଡକ୍ଟକୁ ନା ହିଁ କେବଳ କୋମଳମତି ଶଶିଶୁଙ୍କଠାରେ ବ୍ୟବହାର କରାଯାଉଛି ବରଂ ବଡ ଲୋକମାନେ ବି ବ୍ୟବହାର କରୁଛନ୍ତି । ହେଲେ ବର୍ଷ ବର୍ଷ ଧରି ବିଶ୍ୱ ବଜାରରେ ଖ୍ୟାତି ଅର୍ଜନ କରିଥିବା ଏହି ପ୍ରଭାବଶାଳୀ କଂପାନୀ ନାଁରେ ଆସୁଥିବା ସାଂଘାତିକ ଅଭିଯୋଗ ଥମିବାର ନାଁ ଧରୁନାହିଁ ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ଜନସନ ଆଣ୍ଡ ଜନସନ ବେବି ପାଉଡରରେ କ୍ୟାନସର ସୃଷ୍ଟି କରୁଥିବା ଭଳି ତତ୍ୱ ରହିଥିବାନେଇ କଂପାନୀ ବିରୋଧରେ ବାରମ୍ବାର ଅଭିଯୋଗ ହେଉଛି । ଆଉ ଏବେ ଏହି ମାମଲାର ସମାଧାନ ପାଇଁ ବହୁ ପରିମାଣର ଟଙ୍କା ଦେବାକୁ ନିଷ୍ପତି ନେଇଛି କଂପାନୀ । ଅନ୍ୟପଟେ କଂପାନୀ ବିରୁଦ୍ଧରେ ଏ ଯାବତ୍ ୧୯ ହାଜରରୁ ଅଧିକ ମାମଲା ରୁଜୁ ହୋଇସାରିଛି । ଯେଉଁଥିରେ ଦାବି ହୋଇଛି ଯେ, ଜନସନ ଆଣ୍ଡ ଜନସନ କଂପାନୀ ଟେଲ୍କ ଉପାଦାନରେ ଉପଲବ୍ଧ ଥିବା ଆଜବେଷ୍ଟସ କାରଣରୁ ବହୁ ଲୋକ କ୍ୟାନସର ଭଳି ଘାତକ ରୋଗରେ ଶିକାର ହୋଇଛନ୍ତି । ତେବେ ଜନସନ ଆଣ୍ଡ ଜନସନ ବେବି ପାଉଡରରେ ଏଭଳି କୌଣସି ଘାତକ ତତ୍ୱ ନଥିବା କଂପାନୀ ପକ୍ଷରୁ ଖଣ୍ଡନ କରାଯାଇଛି ।

କଂପାନୀ ତରଫରୁ ଜାରି ହୋଇଥିବା ଏକ ବିବୃତିରେ ସ୍ପଷ୍ଟ କରାଯାଇଛି କି, କିଛି କ୍ଷେତ୍ରରେ ଏଭଳି ମାମଲାର ସମାଧାନ ପାଇଁ ଆମେ ପ୍ରସ୍ତୁତ ଅଛୁ । କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ । ମାତ୍ର ତିନ୍ତାଜନକ ବିଷୟ ହେଉଛି ଉତ୍ପାଦନର ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପରେ କଂପାନୀ ପକ୍ଷରୁ କୌଣସି ପ୍ରକାରର ପରିବର୍ତ୍ତନ କରାଯାଇନାହିଁ ।