ଆମେରିକାର ବେବି ପ୍ରଡକ୍ଟ ପ୍ରସ୍ତୁତ କରୁଥିବା କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ କମ୍ପାନୀ ବିବାଦ ଘେରକୁ ବାହାରିବାକୁ ଚେଷ୍ଟା କଲେ ମଧ୍ୟ ବାହାରିପାରୁନାହିଁ । ରାଷ୍ଟ୍ରୀୟ ବାଳ ଅଧିକାର ସଂରକ୍ଷଣ ଆୟୋଜ (ଏନସିପିସିଆର) ବାଳ ଅଧିକାର ସହ ଜଡିତ ଥିବା ଶୀର୍ଷ ସଂଗଠନରେ ଅଧିକାରୀଙ୍କୁ ଜନସନ୍ ଆଣ୍ଡ୍ ଜନସନ୍ ବେବି ସାମ୍ପୁ ,ପାଉଡରର ନମୂନାର ଜାଞ୍ଚ୍ ର ରିପୋର୍ଟ ମାଗୁଛନ୍ତି । ଏହା ସହ ଏନସିପିସିଆର ରାଜସ୍ଥାନର ଡ୍ରଗ୍ କଣ୍ଟ୍ରୋଲର୍ ର ରିପୋର୍ଟ ଆଧାରରେ ଏକ ଅର୍ଡର ଜାରି କରି ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶର ମୁଖ୍ୟ ସଚିବଙ୍କୁ ଏନେଇ ପତ୍ର ଲେଖି ସାମ୍ପୁ ବିକ୍ରି ଉପରେ ଆଗାମୀ ନୋଟିସ୍ ପର୍ଯ୍ୟନ୍ତ ବିକ୍ରି ରୋକିବା ଏବଂ ବଜାରରୁ ଏହି ପ୍ରଡକ୍ଟର ସବୁ ସାମଗ୍ରୀ ହଟାଇବା ପାଇଁ କହିଛନ୍ତି ।
ତେବେ ଜନସନ୍ ଆଣ୍ଡ୍ ଜନସନ୍ କମ୍ପାନୀ ଏନେଇ ସାମ୍ପୁ ସୁରକ୍ଷିତ ଏବଂ ନିୟାମକ ମାନକ ସହ ଅନୂକୁଳ ଥିବା କଥା କହିଆସିଛି । କିନ୍ତୁ ଏବେ ସାମ୍ପୁ ସହ ପାଉଡର ମଧ୍ୟ ସନ୍ଦେହ ଘେରକୁ ଚାଲିଆସିଛି ତେଣୁ ଏନସିପିସିଆର ରାଜସ୍ଥାନର ଡ୍ରଗ୍ କଣ୍ଟ୍ରୋଲର୍ ର ଅଧିକାରୀଙ୍କୁ ବେବି ପାଉଡରର ନମୂନା ଜାଞ୍ଚ୍ କରିବା ପାଇଁ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି । ପୂର୍ବରୁ ଡ୍ରଗ୍ କଣ୍ଟ୍ରୋଲର୍ ର ରିପୋର୍ଟରେ ପାଉଡରରେ କ୍ୟାନସର କରାଉଥିବା ତତ୍ତ୍ୱ ମିଳିଥିଲା ତେଣୁ ଏବେ ଏହା ପୁଣି ସନ୍ଦେହ ଘେରକୁ ଚାଲିଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/gomvrlcazipmhcrkc7uk.jpg)
/kanak/media/post_attachments/wp-content/uploads/2019/04/69066153-300x225.jpg)