କନକ ବ୍ୟୁରୋ : ସିଙ୍ଗଲ ଡୋଜ ଟିକାର ମଂଜୁରୀ ପାଇଁ ଅନୁମତି ମାଗିଲା ଜନସନ ଆଣ୍ଡ ଜନସନ କମ୍ପାନୀ । ଆମେରିକାର ୧୩୪ବର୍ଷ ପୁରୁଣା ଏହି ଫାର୍ମା କମ୍ପାନୀ ଭାରତୀୟ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂସ୍ଥା ନିକଟରେ ଆବେଦନ କରିଛି । ପୂର୍ବରୁ କମ୍ପାନୀ ଏହାର ସିଙ୍ଗଲ ଡୋଜ ଟିକାର ଟ୍ରାଏଲ ପାଇଁ ଅନୁମତି ମାଗିଥିଲା । ହେଲେ ପ୍ରତିଷ୍ଠିତ କମ୍ପାନୀ ବିନା ପରୀକ୍ଷଣରେ ଟିକା ଟିକାର ଜରୁରୀ ବ୍ୟବହାର ପାଇଁ ଆବେଦନ କରିପାରିବେ ବୋଲି କେନ୍ଦ୍ର କହିଛି ।

Advertisment

ଏହାପରେ ଜନସନ ଟିକାର ଜରୁରୀ ବ୍ୟବହାର ପାଇଁ ସିଧାସଳକ ଆବେଦନ କରିଛି । ଟିକା ଉତ୍ପାଦକ ବାୟୋଲୋଜିକାଲ–ଇ ଲିମିଟେଡର ସହଯୋଗରେ ଜନସନ ଏହି ଟିକାକୁ ବଜାରକୁ ଛାଡିବ । ଭାରତରେ ଏହି ଟିକାର ବ୍ୟବହାରକୁ ଅନୁମତି ମିଳିଲେ, ମଡେନା ପରେ ଜନସନ ହେବ ଦ୍ୱିତୀୟ ଆମେରିକୀୟ ଟିକା । କରୋନା ବିରୋଧରେ ଏହି ଟିକା ୮୫ପ୍ରତିଶତ ଅଧିକ ଫଳପ୍ରଦ ହେବା କମ୍ପାନୀ ଦାବି କରୁଛି ।