ଫେୟାରନେସ୍ ପ୍ରଡ଼କ୍ଟ ଉପରେ ସାମାଜିକ ଚାପ ! ଭାରତରେ ବନ୍ଦ ହେବ କ୍ଲିନ୍ ଆଣ୍ଡ୍ କ୍ଲିୟର୍ ଫେୟାରନେସ୍ ପ୍ରଡ଼କ୍ଟ , ବିକ୍ରି ବନ୍ଦ କରିବ ଜନସନ୍ ଆଣ୍ଡ୍ ଜନସନ୍ କମ୍ପାନୀ । 

6,791

ନିକଟରେ ବିଶ୍ୱସ୍ତରରେ କଳାଗୋରା ଭେଦଭାବକୁ ନେଇ ଖୁବ୍ ତର୍କବିତର୍କ ଚାଲିଥିଲା । ସୋସିଆଲ୍ ମିଡିଆରେ ଏହି ପ୍ରସଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ଦେଖାଯାଇଥିଲା । କିଛି ବହିରେ କଳାଗୋରାର ଭେଦଭାବ ନଜରକୁ ଆସିବା କ୍ଷଣି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କଳାଗୋରା ଭେଦଭାବ ଦର୍ଶାଇଥିବା ବହି,ବିଜ୍ଞାପନ ଏବଂ ସୌନ୍ଦଯ୍ୟସାଧନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଆଉ ଏଭଳି ସ୍ଥି୍ତି ଦେଖି ଆମେରିକାର ହେଲ୍ଥକେୟାର୍ କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ନିଜ ଲୋକପ୍ରିୟ ଫେୟାରନେସ୍ ପ୍ରଡକ୍ଟକୁ ଭାରତରେ ବିକ୍ରି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ସାମାଜିକ ଚାପକୁ ନଜରରେ ରଖି କମ୍ପାନୀ ଏସିଆ ଏବଂ ମଧ୍ୟପୂର୍ବ ଅଞ୍ଚଳରେ ଏହାର ବିକ୍ରି ବନ୍ଦ କରିବ ବୋଲି ସୂଚନା ମିଳୁଛି ।

 

କମ୍ପାନୀ କ୍ଲିନ୍ ଆଣ୍ଡ୍ କ୍ଲିୟର୍ ଫେୟାରନେସ୍ ଲାଇନ୍ ପ୍ରଡକ୍ଟକୁ ଭାରତରେ ବନ୍ଦ କରିବାକୁ ଯାଉଛି । ଜନସନ୍ ଆଣ୍ଡ୍ ଜନସନ୍ କମ୍ପାନୀ କହିବାନୁସାରେ , ଗତ କିଛି ସପ୍ତାହ ଧରି ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ଯେଉଁଥିପାଇଁ ଆମକୁ ପ୍ରଡକ୍ଟକୁ ଭାରତରେ ବନ୍ଦ କରିବାକୁ ପଡୁଛି । ମୁହଁରୁ କଳାଦାଗ ହଟାଉଥିବା ଏହି ପ୍ରଡକ୍ଟ ତ୍ୱଚାକୁ ଗୋରାପଣ ଦେଉଥିବା ଦର୍ଶାଯାଇଥିବା ବେଳେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆମ ଉଦ୍ଦେଶ୍ୟ କାହାରି ଭାବନାକୁ କ୍ଷତ ପହଁଚାଇବା ନୁହଁ । ସାମାଜିକ ଚାପକୁ ନଜରରେ ରଖି ଏଭଳି ପ୍ରଡକ୍ଟକୁ ଭାରତରେ ଆଉ ବିକ୍ରି କରାଯିବନାହିଁ । ତେବେ ଦୋକାନରୁ ଷ୍ଟକ୍ ଶେଷ ହେବା ପର୍ଯ୍ୟନ୍ତ ଏହି କ୍ରିମ୍ ବଜାରରେ ଉପଲବ୍ଧ ରହିବ ।