ନିକଟରେ ବିଶ୍ୱସ୍ତରରେ କଳାଗୋରା ଭେଦଭାବକୁ ନେଇ ଖୁବ୍ ତର୍କବିତର୍କ ଚାଲିଥିଲା । ସୋସିଆଲ୍ ମିଡିଆରେ ଏହି ପ୍ରସଙ୍ଗକୁ ନେଇ ତୀବ୍ର ପ୍ରତିକ୍ରିୟା ମଧ୍ୟ ଦେଖାଯାଇଥିଲା । କିଛି ବହିରେ କଳାଗୋରାର ଭେଦଭାବ ନଜରକୁ ଆସିବା କ୍ଷଣି ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । କଳାଗୋରା ଭେଦଭାବ ଦର୍ଶାଇଥିବା ବହି,ବିଜ୍ଞାପନ ଏବଂ ସୌନ୍ଦଯ୍ୟସାଧନକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ଆଉ ଏଭଳି ସ୍ଥି୍ତି ଦେଖି ଆମେରିକାର ହେଲ୍ଥକେୟାର୍ କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ନିଜ ଲୋକପ୍ରିୟ ଫେୟାରନେସ୍ ପ୍ରଡକ୍ଟକୁ ଭାରତରେ ବିକ୍ରି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି । ସାମାଜିକ ଚାପକୁ ନଜରରେ ରଖି କମ୍ପାନୀ ଏସିଆ ଏବଂ ମଧ୍ୟପୂର୍ବ ଅଞ୍ଚଳରେ ଏହାର ବିକ୍ରି ବନ୍ଦ କରିବ ବୋଲି ସୂଚନା ମିଳୁଛି ।
କମ୍ପାନୀ କ୍ଲିନ୍ ଆଣ୍ଡ୍ କ୍ଲିୟର୍ ଫେୟାରନେସ୍ ଲାଇନ୍ ପ୍ରଡକ୍ଟକୁ ଭାରତରେ ବନ୍ଦ କରିବାକୁ ଯାଉଛି । ଜନସନ୍ ଆଣ୍ଡ୍ ଜନସନ୍ କମ୍ପାନୀ କହିବାନୁସାରେ , ଗତ କିଛି ସପ୍ତାହ ଧରି ଏଭଳି ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି ଯେଉଁଥିପାଇଁ ଆମକୁ ପ୍ରଡକ୍ଟକୁ ଭାରତରେ ବନ୍ଦ କରିବାକୁ ପଡୁଛି । ମୁହଁରୁ କଳାଦାଗ ହଟାଉଥିବା ଏହି ପ୍ରଡକ୍ଟ ତ୍ୱଚାକୁ ଗୋରାପଣ ଦେଉଥିବା ଦର୍ଶାଯାଇଥିବା ବେଳେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆମ ଉଦ୍ଦେଶ୍ୟ କାହାରି ଭାବନାକୁ କ୍ଷତ ପହଁଚାଇବା ନୁହଁ । ସାମାଜିକ ଚାପକୁ ନଜରରେ ରଖି ଏଭଳି ପ୍ରଡକ୍ଟକୁ ଭାରତରେ ଆଉ ବିକ୍ରି କରାଯିବନାହିଁ । ତେବେ ଦୋକାନରୁ ଷ୍ଟକ୍ ଶେଷ ହେବା ପର୍ଯ୍ୟନ୍ତ ଏହି କ୍ରିମ୍ ବଜାରରେ ଉପଲବ୍ଧ ରହିବ ।/kanak/media/post_attachments/wp-content/uploads/2020/06/19xp-unrest-johnson-superJumbo-300x184.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/23-10.jpg)
/kanak/media/post_attachments/wp-content/uploads/2020/06/PRI_147992337-300x206.jpg)