ମାନହାନୀ ମକଦମାରେ ଜନି ଡେପଙ୍କ ବିଜୟ: ଦେଢ କୋଟି ଡଲାର କ୍ଷତିପୂରଣ ଦେବାକୁ ପତ୍ନୀ ଅମ୍ବର ହର୍ଡଙ୍କୁ ନିର୍ଦ୍ଦେଶ

251

କନକ ବ୍ୟୁରୋ: ହଲିଉଡ ଷ୍ଟାର ଜନି ଡେଫଙ୍କୁ ଆଶ୍ୱସ୍ତି । ମାନହାନି ମକଦ୍ଦମା ଜିତିଲେ ଜନି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜନିଙ୍କ ତାଙ୍କ ପତ୍ନି ଏମ୍ବର ହର୍ଡ ୧୦ ମିଲ୍ରିନ ଡଲାର କ୍ଷତିପୁର୍ଣ୍ଣ ବାବଦକୁ ଓ ୫ ମିଲିୟନ ଡଲାର ଦଣ୍ଡରାଶି ଭାବେ ଦେବାକୁ ପଡିବ । ମୋଟ ୧୧୬କୋଟି ଟଙ୍କା ଜନିଙ୍କୁ ଦେବେ ଏମ୍ବର । ୬ ସପ୍ତାହ ଧରି କୋର୍ଟରେ ଚାଲିଥିଲା ମାମଲା । ଦୁଇ ପକ୍ଷଙ୍କ କଥା ଓ ପ୍ରମାଣ ଆଧାରେ କୋର୍ଟ ଜନିଙ୍କ ସପକ୍ଷରେ ଶୁଣାଣୀ କରିଛନ୍ତି ।୨୦୧୮ ମସିହାରେ ଦ ୱାଶିଂଟନ ପୋଷ୍ଟର ପ୍ରକାଶିତ ଏକ ଆର୍ଟିକିଲକୁ ନେଇ ଏମ୍ବରଙ୍କ ଉପରେ ମାନହାନି ମୁକଦ୍ଦମା କରିଥିଲେ ଜନି । ଆଟିକିଲରେ ଏମ୍ବର ନିଜ ଉପରେ ହୋଇଥିବା ଘରୋଇ ହିଂସା କଥାକୁ ସ୍ଥାନ ଦେଇଥିଲେ । ଜନି ତାଙ୍କ ଉପରେ ମାନହାନି ମକଦ୍ଦମା ରୁଜୁ କରିବା ଥିଲେ ଓ ଠିକ ଏହାର କିଛି ଦିନ ପରେ ଏମ୍ବର ମଧ୍ୟ ସମାନ ରାସ୍ତା ଆପଣାଇଥିଲେ ।ତେବେ ହଲିଉଡ ଷ୍ଟାରକପଲଙ୍କ ଏହି କୋର୍ଟ କାହାଣୀ ବେଶ ଚର୍ଚ୍ଚା ସାଉଁଟିଥିଲା ।