ଦକ୍ଷିଣ ଆଫ୍ରିକାରେ ମହାଦେବ-ମହାବୀରଙ୍କ ବାହୁବଳୀ ଭକ୍ତ । ମହାଦେବଙ୍କୁ କରୁଛନ୍ତି ଜଳଲାଗି । ନିଜକୁ କହୁଛନ୍ତି ମହାବୀରଙ୍କ ଭକ୍ତ । ଦେଖନ୍ତୁ ଭିଡିଓ…

ବିଶ୍ୱର ଅନେକ ଲୋକ ରହିଛନ୍ତି ଯେଉଁମାନେ ହିନ୍ଦୁ ଧର୍ମର ବେଶ ପ୍ରଶଂସକ

156

ବିଶ୍ୱର ଅନେକ ଲୋକ ରହିଛନ୍ତି ଯେଉଁମାନେ ହିନ୍ଦୁ ଧର୍ମର ବେଶ ପ୍ରଶଂସକ । ଅନ୍ୟ ଧର୍ମର ହୋଇ ମଧ୍ୟ ସେମାନେ ହିନ୍ଦୁ ଦେବାଦେବୀଙ୍କୁ ପୂଜା କରିଥାନ୍ତି । ତେବେ ଆଜି ଆମେ ସେହିଭଳି ଜଣେ ଲୋକଙ୍କ କଥା କହିବୁ, ଯିଏକି ଅନ୍ୟ ଧର୍ମ ଓ ଅନ୍ୟ ଦେଶର ହୋଇ ମଧ୍ୟ ହିନ୍ଦୁ ଧର୍ମର ଜଣେ ବହୁତ ବଡ ପ୍ରଶଂସକ । ସେ କେବଳ ପ୍ରଶଂସକ ନୁହନ୍ତି ସେ ନିଜ ଘରେ ମହାଦେବ ଓ ମହାବୀରଙ୍କୁ ପୂଜା ମଧ୍ୟ କରିଥାନ୍ତି । ସେ ହେଉଛନ୍ତି ସାଉଥ ଆଫ୍ରିକାର ଜଣେ ଜଣାଶୁଣା ବଡି ବିଲ୍ଡର ଜନ ଲୁକାସ । 

ହିନ୍ଦୁ ଧର୍ମରେ ବଡି ବିଲ୍ଡିଂ କରୁଥିବା ଲୋକ ସାଧାରଣତଃ ହନୁମାନଙ୍କୁ ବହୁତ ମାନିଥାନ୍ତି, ଆଉ ତାଙ୍କ ପୂଜା କରିଥାନ୍ତି । ହେଲେ ଜଣେ ଅନ୍ୟ ଦେଶ ଓ ଅନ୍ୟ ଧର୍ମର ବଡି ବିଲ୍ଡର ହନୁମାନଙ୍କୁ ପୂଜା କରିବା ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦେଖନ୍ତୁ ଏହି ଫଟୋକୁ ଜନ ଲୁକାସ କେତେବେଳେ ମହାଦେବଙ୍କୁ ଜଳ ଅର୍ପଣ କରୁଛନ୍ତି ତ କେତେବେଳେ ମହାବୀରଙ୍କ ଫଟୋ ସାମ୍ନାରେ ପୋଜ ଦେଉଛନ୍ତି । 

ଜନ ଲୁକା ତାଙ୍କ ବାହୁରେ ମହାଦେବଙ୍କ ଟାଟୁ ମଧ୍ୟ କରିଛନ୍ତି । ସେ କହନ୍ତି ଯେ ଭାରତ ତାଙ୍କର ଦ୍ୱିତୀୟ ଘର । ଭଗବାନ ହନୁମାନ ଓ ମହାଦେବଙ୍କ ଉପରେ ତାଙ୍କର ଅନେକ ବିଶ୍ୱାସ ରହିଛି । ମୁଁ ତାଙ୍କ ଆଶୀର୍ବାଦ ନେଇକି ସବୁବେଳେ ଆଗକୁ ବଢିଥାଏ ।   

ଜନ ଲୁକାସ କେବଳ ଜଣେ ବଡିବିଲ୍ଡର ନୁହେଁ ସେ ଜଣେ ଅଭିନେତା ମଧ୍ୟ । ଅନେକ ଭାରତୀୟ ଫିଲ୍ମ ଓ ଗୀତରେ ସେ ଅଭିନୟ କରିଛନ୍ତି । ଏହାସହ ଜନ ଲୁକାସ ଗୋଟେ ସ୍ପୋର୍ଟସ ନ୍ୟିଟ୍ରସନର ବ୍ରାଣ୍ଡ ଆମ୍ବାସାଡାର ମଧ୍ୟ । ନିକଟରେ ନିଜ କମ୍ପାନୀର ପ୍ରମୋସନ ପାଇଁ ଭାରତକୁ ଆସିଥିବା ବେଳେ ମହାଦେବଙ୍କ ପୂଜା କରିଥିଲେ ଜନ ଲୁକାସ । ଏହି ସମୟର ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । 

ଜଣେ ଅନ୍ୟ ଧର୍ମର ହୋଇ ମଧ୍ୟ ସେ ହିନ୍ଦୁ ଧର୍ମ ପ୍ରତି ବେଶ ଆକର୍ଷିତ । ହିନ୍ଦୁ ଧର୍ମକୁ ଲୁକାସ ଯେତିକି ସମ୍ମାନ ଦିଅନ୍ତି ଠିକ ସେତିକି ନିଜ ଧର୍ମକୁ ମଧ୍ୟ ଦେଇଥାନ୍ତି । ଲୁକାସ ନିଜ ହାତରେ ମହାଦେବଙ୍କ ଟାଟୁ ସହ ପ୍ରଭୁ ଯିଶୁଙ୍କ ଟାଟୁ ମଧ୍ୟ କରିଛନ୍ତି । ଯାହାକି ତାଙ୍କ ନିଜ ଧର୍ମ ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଦର୍ଶାଉଛି ।