ସିଦ୍ଧାର୍ଥଙ୍କ ଦେହାନ୍ତରେ ଭାବୁକ ହେଲେ ଜନ୍ ସିନା, ଫଟୋ ସେୟାର କରି କଲେ ଶୋକପ୍ରକାଶ

235

କନକ ବ୍ୟୁରୋ : ଆଖିରେ ଲୁହ ଆଉ ମନରେ ଅନେକ କୋହ ଦେଇ ଅକାଳରେ ଚାଲିଯାଇଛନ୍ତି ଟିଭି ଦୁନିଆର ସୁପରଷ୍ଟାର , ତଥା ବିଗବସ୍ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳା । ସିଦ୍ଧାର୍ଥଙ୍କ ଦେହାନ୍ତରେ ପୂରା ଫିଲ୍ମ ତଥା ଟେଲି ଜଗତରେ ଶୋକରେ ବୁଡୁଛି । ସିଦ୍ଧାର୍ଥଙ୍କ ପରିବାରକୁ ଭଗବାନ ସାହସ ଦିଅନ୍ତୁ କିଛି ଏଭଳି ପ୍ରାର୍ଥନା କରୁଛନ୍ତି ତାଙ୍କର ପ୍ରଂଶସକ । କେବଳ ଭାରତ ନୁହେଁ ବିଦେଶର ମଧ୍ୟ କିଛି ପ୍ରଂଶସକ ସିଦ୍ଧାର୍ଥଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ଆଉ ଏହି ତାଲିକାରେ ରେସଲର ଜନ ସିନା ରହିଛନ୍ତି । ଯିଏ ସିଦ୍ଧାର୍ଥଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିବା ସହ ଦୁଃଖ ପ୍ରକାଶ କରିଛନ୍ତି ।

ଲୋକପ୍ରିୟ ରେସଲର ତଥା ହଲିଉଡ ଅଭିନେତା ଜନ୍ ସିନା ସୋସିଆଲ ମିଡ଼ିଆରେ ସିଦ୍ଧାର୍ଥଙ୍କ ଫଟୋ ସେୟାର କରିବା ସହ ଶୋକବ୍ୟକ୍ତ କରିଛନ୍ତି । ଆଉ ଜନ୍ ସିନା ଏଭଳି ପୋଷ୍ଟ କରି ଭାରତୀୟଙ୍କ ମନ ଜିଣିଛନ୍ତି । ଆଉ ଜନଙ୍କ ଏହି ପୋଷ୍ଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହାପୂର୍ବରୁ ଜନ୍ ସିନା ଅନେକ ଭାରତୀୟଙ୍କୁ ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥାନ୍ତି । ୪୦ ବର୍ଷ ବୟସରେ ହୃଦଘାତରେ ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

 

View this post on Instagram

 

A post shared by John Cena (@johncena)

ଗତ ବୁଧବାର ରାତିରେ ମାଆଙ୍କୁ ଦେହ ଭଲ ଲାଗୁନଥିବା କହିଥିଲେ ସିଦ୍ଧାର୍ଥ । ପରେ ଔଷଧ ଖାଇ ଶୋଇପଡିଥିଲେ । କିନ୍ତୁ ଗୁରୁବାର ସକାଳେ ସିଦ୍ଧାର୍ଥଙ୍କୁ ବେହୋସ ଅବସ୍ଥାରେ ଦେଖିଥିଲେ ପରିବାର ଲୋକ । ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ହସ୍ପିଟାଲକୁ ଅଣାଯିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ ଡାକ୍ତର ।