ଘନଉଛି କଳାକାରଙ୍କ କଳି । ମନୋଜ ମିଶ୍ରଙ୍କ ସମର୍ଥନରେ ବାହାରିଲେ ପଶ୍ଚିମ ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ।

620

କନକ ବ୍ୟୁରୋ: ଦିନକୁ ଦିନ ବିବାଦୀୟ ହେବାରେ ଲାଗିଲାଣି କଳାକାରଙ୍କ କଳି । ଧିରେ ଧିରେ ଏହି ବିବାଦ ପଶ୍ଚିନ ବନାମ ପୂର୍ବ ଓଡିଶା ରୂପ ନେଲାଣି । ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପରେ ଏବେ ପଶ୍ଚିମ ଓଡିଶାର ଲୋକପ୍ରିୟ ହାସ୍ୟ ଅଭିନେତା ଯୋଗେଶ ଜୋଜୋ, ମନୋଜଙ୍କ ସମର୍ଥନରେ ବାହାରିଛନ୍ତି । ଯଦି ଓଡିଆ ଇଣ୍ଡଷ୍ଟ୍ରୀରେ ତାଙ୍କୁ କାମ ନ ମିଳେ କି ଇଣ୍ଡଷ୍ଟ୍ରୀ ତାଙ୍କୁ ବ୍ୟାନ୍ କଲେ, ସେ ପଶ୍ଚିମ ଓଡିଶା ଅଲଗା ଫିଲ୍ମ ଇଣ୍ଡଷ୍ଟ୍ରୀ ଆରମ୍ଭ କରିବେ ବୋଲି କହିଛନ୍ତି ।

ସିନେମା ହଲରୁ ମନୋଜ ମିଶ୍ରଙ୍କ ମାଇଣ୍ଡ ଗେମ୍ ଫିଲ୍ମ ହଟିଗଲା ପରେ ଏହି ବିବାଦ ଆରମ୍ଭ ହୋଇଛି । ମନୋଜଙ୍କ ଉପରେ ବାସନ୍ଦ ଲଗାଇ ତାଙ୍କ ଫିଲ୍ମ ପ୍ରଦର୍ଶିତ କରାଇ ଦିଆଯାଉନଥିବା ପ୍ରଯୋଜକ ସଂଘ ୟୁସିସିସି ବିରୋଧରେ ଅଭିଯୋଗ ହୋଇଛି । ସେପଟେ ପଶ୍ଚିମ ଓଡିଶାରେ ଅରିନ୍ଦମ୍ ଫିଲ୍ମ ରାମ୍କୁ ବି ବିରୋଧ କରାଯାଇଛି । ଏହାପର ଠାରୁ କଳାକାରଙ୍କ କଳି ତେଜିବାରେ ଲାଗିଛି ।