ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନୂଆ କୀର୍ତ୍ତିମାନ : ଲଦ୍ଦାଖର ବିଭିନ୍ନ ଅପହଞ୍ଚ ଓ ପାହାଡି ଇଲାକାରେ ବୁଲିଲେ ଯୋଗବ୍ୟାସ

125

କନକ ବ୍ୟୁରୋ : ପର୍ବତାରୋହୀ ଯୋଗବ୍ୟାସ ଭୋଇଙ୍କ ନୂଆ କୀର୍ତ୍ତିମାନ । ଲଦାଖର ବିଭିନ୍ନ ଅପହଂଚ ଓ ପାହାଡି ଇଲାକାରେ ବୁଲିଛନ୍ତି ଯୋଗବ୍ୟାସ । ଲଦାଖ ପ୍ରଶାସନର ଅନୁମତି ନେଇ ସେ ରେଜାଂଲା ୱାର ମେମୋରିଆଲରେ ପହଂଚିଥିଲେ । ଏପରିକି ଗିଲଗିଟ ବାଲତିସ୍ତାନକୁ ଲାଗି ରହିଥିବା ପାକିସ୍ତାନ ସୀମାରେ ପହଂଚିଥିଲେ ଯୋଗବ୍ୟାସ । ସିଆଚିନର ନୁବ୍ରାଭ୍ୟାଲିରେ ପହଂଚିବା ସହ ଭାରତ ସୀମାର ଶେଷ ଗାଁ ଥାଙ୍ଗରେ ପହଂଚିଛନ୍ତି । ଏଲଏସିରେ ଥିବା ପାକିସ୍ତାନ ବର୍ଡର ପୋଷ୍ଟକୁ ପାଖରୁ ଦେଖିବା ସହ ଫଟୋ ଉଠାଇଛନ୍ତି । ଭୁପୃଷ୍ଠରୁ ପ୍ରାୟ ୧୭ ହଜାର ଫୁଟ ଉଚ୍ଚରେ ଥିବା ଭାରତ-ଚୀନ ସୀମାର ଜିରୋ ଲାଇନରେ ପହଂଚି ପାରିଛନ୍ତି ଏହି ଓଡିଆ ପର୍ବତାରୋହୀ ।