କନକ ବ୍ୟୁରୋ: ଆମେରିକା ନିର୍ବାଚନରେ ବିଜୟୀ ହେବା ପରେ ରାଷ୍ଟ୍ରପତି ପଦ ସମ୍ଭାଳିବାକୁ ଯାଉଛନ୍ତି ଜୋ ବାଇଡେନ । ଏହାରି ଭିତରେ ଭାରତ ଓ ଆମେରିକା ମଧ୍ୟରେ କେମିତି ସମ୍ପର୍କ ରହିବ ତାକୁ ନେଇ ଚର୍ଚ୍ଚା ଚାଲିଛି । ଏପରି ସମୟରେ ଜୋ ବାଇଡେନଙ୍କ ଭାରତ ସମ୍ପର୍କକୁ ନେଇ ବି ଚର୍ଚ୍ଚା ହେଉଛି । ଯେଉଁ ପ୍ରଶ୍ନର ଉତର ୨୦୧୩ରେ ଖୋଦ୍ ରଖିଥିଲେ ବାଇଡେନ । ୨୦୧୩ରେ ଉପରାଷ୍ଟ୍ରପତି ପଦରେ ଥିବା ସମୟରେ ଭାରତ ଗସ୍ତରେ ଆସିଥିଲେ ବାଇଡେନ । ଏହି ସମୟରେ ମୁମ୍ବାଇରେ ବାଇଡେନ କହିଥିଲେ ଯେ, ୧୯୭୨ରେ ମୁମ୍ବାଇରେ ରହୁଥିବା ବାଇଡେନ ନାମକ ଜଣେ ବ୍ୟକ୍ତିଙ୍କ ପତ୍ର ମିଳିଥିଲା ।
ଏବଂ ଏହି ଚିଠି ମାଧ୍ୟମରେ ଜୋ ବାଇଡେନଙ୍କୁ ଜଣାଯାଇଥିଲା ଯେ ଭାରତରେ ଥିବା ବାଇଡେନ ଓ ଜୋ ବାଇଡେନଙ୍କ ପୂର୍ବପୁରୁଷ ଗୋଟିଏ ଥିଲେ । ଏବଂ ୧୮ଶହ ଶତାବ୍ଦିରେ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ । ୧୯୭୨ମସିହାରେ ଜୋ ବାଇଡେନ ପ୍ରଥମ ଥର ପାଇଁ ସିନେଟ ସଦସ୍ୟ ବନିଥିଲେ । ସେହି ସମୟରେ ତାଙ୍କୁ ଏହି ଚିଠି ମିଳିଥିଲା । ତେବେ ଏହି ଦାବିକୁ ନେଇ ସେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚାହୁଁଥିଲେ ମଧ୍ୟ କରିପାରିନଥିଲେ ।